Only for Entertainment

ପରଦାକୁ ଫେରୁଛନ୍ତି କମେଡି କିଙ୍ଗ୍ ପପୁ ପମ୍ ପମ୍, ନିର୍ଦ୍ଦେଶନା ପରେ ପରଦାରେ ପୁଣିଥରେ ଦେଖାଇବେ କମାଲ

google
102

ପୁଣିଥରେ ପରଦାରେ ଦେଖିବାକୁ ମିଳିବ କମେଡି କିଙ୍ଗ୍ ପପୁ ପମପମଙ୍କ ଅଭିନୟର ଯାଦୁ । ନିର୍ଦ୍ଦେଶନା ପରେ ଏବେ ଅଭିନୟ ମଇଦାନକୁ ଫେରିଛନ୍ତି ପପୁ । ତାଙ୍କୁ ନେଇ ସିଦ୍ଧାର୍ଥ ମ୍ୟୁଜିକ୍ ଭେଟିଦେବାକୁ ଯାଉଛି ଚଳଚ୍ଚିତ୍ର ‘ମିଷ୍ଟର୍ କହ୍ନୈୟା’ । ସିନେମାର ସୁଟିଂ ଏବେ ଜୋର୍ ସୋରରେ ଆଗେଇ ଚାଲିଛି । ଫିଲ୍ମରେ ନାୟକ ଭୂମିକାରେ ନଜର ଆସିବେ ପପୁ । ଆଉ ତାଙ୍କ ବିପକ୍ଷରେ ନାୟିକା ଭାବେ ଝିଲିକଙ୍କୁ ଦେଖିବାକୁ ମିଳିବ ।

ବାବୁଶାନ୍, ଅନୁଭବ ଏମିତି ଅନେକ ଓଲିଉଡ୍ କଳାକାରଙ୍କ ଅନସ୍କ୍ରିନ୍ ନାୟିକା ସାଜିଥିବା ଏହି ସୁନ୍ଦରୀ ଏବେ କମେଡି ଷ୍ଟାର୍ ପପୁ୍ ପମ୍ ପମଙ୍କ ସହ ପରଦାରେ ରୋମାନ୍ସ କରିବେ । ସିନେମାରେ ଝିଲିକ୍ କଲେଜରେ ପଢୁଥିବା ଜଣେ ଝିଅ ଭାବେ ନଜର ଆସିବେ । ସେହିପରି ଗୋଟେ ବର୍ଷର ବ୍ୟବଧାନ ପରେ ପରଦାରେ ପୁଣି ଥରେ ନିଜ କମେଡି ଅନ୍ଦାଜ ପରଶିବେ ପପୁ ପମ୍ ପମ୍ ।

ଦେହ ଖରାପ ହେବା ଆଉ ଚିକିତ୍ସା ହୋଇ ଫେରିବା ପରେ ପ୍ରଥମେ ନିର୍ଦ୍ଦେଶନା ଜରିଆରେ ନିଜ ଟ୍ୟାଲେଂଟ୍ ଦେଖାଇଥିଲେ ପପୁ ପମ୍ ପମ୍ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ଚିରକୁଟ୍ ଗତ ରଜ ଅବସରରେ ରିଲିଜ୍ ହୋଇଯାଇଛି । ଏହାପରେ ନିଜ ଆଗାମୀ ଫିଲ୍ମ ‘ମିଷ୍ଟର୍ କହ୍ନୈୟା’ କୁ ନେଇ ବ୍ୟସ୍ତ ଅଛନ୍ତି ସେ । ସୀତାରାମ୍ ଅଗ୍ରୱାଲଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ । ଏହି ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ବୈଦନାଥ ଦାସ । ଫିଲ୍ମଟିକୁ ଗଣେଷ ପୂଜା ଅବସରରେ ରିଲିଜ୍ କରିବାକୁ ଲକ୍ଷ ରଖିଛନ୍ତି ମେକର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More