Only for Entertainment

ଜମୁଛି ଖଣ୍ଡଗିରି ଯାତ୍ରା, ନିର୍ବାଚନୀ ବର୍ଷରେ ପଲିଟିକାଲ ଥିମ ମୋହୁଛି ଲୋକଙ୍କ ମନ

kanak news
23

ଖଣ୍ଡଗିରିରେ ଯାତ୍ରା ମହାସମର । ଯାତ୍ରା ଆରମ୍ଭରୁ ଦେଉଥିବା ରେକର୍ଡ୍ୟାନ୍ସ ଲୋକଙ୍କ ମନ ଜିଣୁଛି । ପ୍ରତିବର୍ଷ ଯାତ୍ରା ପାର୍ଟି ଭିତରେ ଅପେରା ସହିତ ରେକର୍ଡ୍ୟାନ୍ସକୁ ନେଇ ପ୍ରତିଯୋଗୀତା ଚାଲେ । କେଉଁ ଯାତ୍ରା ପେଣ୍ଡାଲକୁ ଅଧିକ ଦର୍ଶକ ଆସିବେ, ସେଥିପାଇଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ନୃତ୍ୟ ପ୍ରଦର୍ଶନ କରାଯାଏ । ହେଲେ ଏଥର ଖଣ୍ଡଗିରି ଯାତ୍ରାରେ ଦେଖିବାକୁ ମିଳିଛି ନିଆରା ପ୍ରତିଯୋଗୀତା । ଯେଉଁଠି ରେକର୍ଡ୍ୟାନ୍ସକୁ ଟକ୍କର ଦେଉଛି ଷ୍ଟଂଟ ଓ ପାରମ୍ପରିକ ପାଲା । ପୂର୍ବରୁ ଖଣ୍ଡଗିରି ଯାତ୍ରାରେ ପାଲା ପରିବେଷଣ ହେବା କେବେ ଦେଖିବାକୁ ମିଳିନଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସ୍ମାର୍ଟ ସିଟି ଭୁବନେଶ୍ୱରରେ ବି ପାରମ୍ପରିକ ପାଲା ପ୍ରତି ରହିଛି ଅହେତୁକ ଆକର୍ଷଣ । ପାଲା ପରିବେଷଣ ହେଉଥିବା ଯାତ୍ରା ପେଣ୍ଡାଲ ଆଗରେ ବି ଦର୍ଶକଙ୍କ ଭିଡ ଲାଗୁଛି ।

khandagiri jatra

ସେପଟେ, ଲାଇଟ, ସାଉଣ୍ଡ ଓ ମ୍ୟୁଜିକ ଭିତରେ କଂପୁୁଛି ଯାତ୍ରା ପଡିଆ । ଆଉ ମଂଚରେ ମଂଚସ୍ଥ ହେଉଛି ପଲିଟିକାଲ୍ ଥିମକୁ ନେଇ ଅପେରା । ଯାହା ଦର୍ଶକଙ୍କୁ ବେଶ ଛୁଇଁ ପାରୁଛି । ୧୩ ଦିନ ଧରି ଯାତ୍ରା ଚାଲୁଥିବା ଯାତ୍ରା ମହାସମରର ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରା ପାର୍ଟିର ଲଢେଇ ଚାଲିଛି । ଧଉଳି, ଗୌରୀ ଓ ସ୍ୱର୍ଣମହଲ ଭିତରେ ଯୋର ସୋରରେ ଲଢେଇ ଚାଲିଛି ।

khandagiri

ଧଉଳି ଗଣନାଟ୍ୟ ପରିବେଶଷ କରୁଥିବା ଯାତ୍ରାରେ ଦେଖିବାକୁ ମିଳୁଛି ନିର୍ବାଚନୀ ମାହୋଲ । ମଂଚସ୍ତ ହେଉଥିବା ନାଟକ ‘ଗୌରୀ ନାନିର ନୁଆ ଠିକଣା’ ନାଟକରେ ରହିଛି ରାଜନୀତିର ଛାପ । କେମିତି ଜଣେ ସାଧାରଣ ମହିଳା ରାଜନୀତିକୁ ଆସି, ରାଜନୈତିକ ଚକ୍ରବ୍ୟୁହରେ ଫସି ଯାଉଛି ତାହା ନାଟକରେ ଦେଖିବାକୁ ମିଳିଛି ।

jatra

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More