Only for Entertainment

ଓଡିଶାର ଐତିହାସିକ ସ୍ମୃତିକୁ ମନେପକାଇ ରେଡିଓ ଚକ୍ଲେଟ ପାଳନ କଲା ‘ସାତ ଦରିଆ ପାରେ’ କାର୍ଯ୍ୟକ୍ରମ

40

ଓଡିଶାର ଐତିହାସିକ ସ୍ମୃତିକୁ ଶ୍ରୋତାଙ୍କ ମନରେ ସତେଜ ରଖିବା ପାଇଁ ରେଡିଓ ଚକ୍ଲେଟ୍ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପାଳନ କରିଛି କାର୍ଯ୍ୟକ୍ରମ ‘ସାତ ଦରିଆ ପାରେ’ । କାର୍ତ୍ତିକ ପୂର୍ଣିମା ଉପଲକ୍ଷେ ରେଡିଓ ଚକ୍ଲେଟର ଏହି ଐତିହାସିକ ତଥା ଧର୍ମ ଭିତ୍ତିକ କାର୍ଯ୍ୟକ୍ରମକୁ ତା’ର ଶ୍ରୋତା ମାନେ ରାତ୍ର ୩ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଶୁଣିବାକୁ ପାଇଥିଲେ । ରେଡିଓ ଚକ୍ଲେଟର ଆର୍. ଜେ୍. ଆର୍ଯ୍ୟ ଭାବ ପୂର୍ଣ୍ଣ କଣ୍ଠରେ ଉପସ୍ଥାପିତ କରିଥିଲେ ବୋଇତ ବନ୍ଦାଣର ଗାଥାକୁ ଅତି ସରଳ ତଥା ସାବଲୀଳ ଢଙ୍ଗରେ ।

ଆର୍.ଜେ୍. ଅନିଲ୍ କଟକର ଧବଳେଶ୍ୱର ଏବଂ ଗଡଗଡିଆ ଘାଟରୁ ଆର୍.ଜେ୍. ନୀଲ୍ ଭୂବନେଶ୍ୱରର ବିନ୍ଦୁସାଗର ପୋଖରୀ, ଦୟା ଓ କୁଆଖାଇ ନଦୀରୁ ଏବଂ ଆର୍.ଜେ୍. ଅଭି ପୁରୀର ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ଓ ମହୋଦଧିରୁ ସିଧା ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ପୁରୀର କର୍ତୀ ସାହିର ବିଶିଷ୍ଠ ସୋଲ କାରିଗର କାର୍ତ୍ତିକ ମହାରଣା ତିନୋଟି ଚିତାକର୍ଷକ ବୋଇତ ତିଆରି କରିଥିଲେ ଯାହାକୁ ଚକ୍ଲେଟ୍ ଆର.ଜେ. ମାନଙ୍କ ସହ ଦେଖଣାହାରୀମାନେ ବିଦୁସାଗର, ମହାନଦୀ ଓ ପୁରୀ ସମୁଦ୍ରରେ ଭସାଇ ଦେଇଥିଲେ । ଏହି ଲୋକପ୍ରିୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ରେଡିଓ ଚକ୍ଲେଟର ସୁବ୍ରତ ସ୍ୱାଇଁ, ଅରୁଣ ମହାକୁଡ ଏବଂ ବିମଲ୍ ଦାସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More