Only for Entertainment

ରିଲିଜ ହେଲା ଅସୀମା ପଣ୍ଡାଙ୍କ କଣ୍ଠରେ ରେଡ଼ିଓ ଚକଲେଟର ମନଛୁଆଁ ଗୀତ ‘ ତୋ ପ୍ରେମରେ’ ।

youtube
41

ରେଡ଼ିଓ ଚକଲେଟ ପ୍ରତ୍ୟେକଟି ପର୍ବ ପର୍ବାଣୀ ଏବଂ ଯାନି ଯାତ୍ରାରେ ଆପଣଙ୍କୁ ନୂଆ ନୂଆ ମନଛୁଆଁ ଗୀତ ଭେଟିଦିଏ । ଯାହା ପ୍ରତ୍ୟେକଟି ହୃଦୟକୁ ଛୁଇଁଯାଏ ।ନିକଟରେ ପୁଣିଥରେ ଠିକ ସେହିଭଳି ଏକ ଗୀତ ରିଲିଜ ହୋଇଛି ଯାହାକୁ ଶୁଣି ପାରିବେ ସୁନ୍ଦରୀ ଚୁଲବୁଲି ଗାୟିକା ଅସୀମା ପଣ୍ଡାଙ୍କ କଣ୍ଠାରୁ । ଗୀତର ଲିରିକ୍ସ ଦେଇଛନ୍ତି ଆଶୁତୋଷ ଏବଂ କୁମାର ଶ୍ରୀ ।

ଗୀତରେ ଶୁଣିବାକୁ ମିଳିଛି ପ୍ରେମର ଏକ ନୂଆ ଅନୁଭବ ବିଷୟରେ । ହୃଦୟର ଭାଷାକୁ ଏହି ଗୀତ ମାଧ୍ୟମରେ ପରିପ୍ରକାଶ କରାଯାଇଛି । ଜଣେ ପ୍ରେମିକା କିପରି ପ୍ରତ୍ୟେକଟି ମୁହୂର୍ତ୍ତରେ ତା ପ୍ରେମିକକୁ ଭଲପାଏ ଏବଂ ହୃଦୟରେ ଥିବା ତା ଭଲପାଇବାକୁ ସବୁବେଳେ ଏକା ବସି ଅନୁଭବ କରେ ଏବଂ ଗୁଣୁଗୁଣୁ ହୁଏ ତାହା ଏହି ଗୀତରେ ଆପଣ ଶୁଣିବାକୁ ପାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More