Only for Entertainment

ବଙ୍ଗଳା ଫିଲ୍ମରେ ଓଲିଉଡ ଅଭିନେତା କଲେ ଡେବ୍ୟୁ, ରିଲିଜ ପରେ ଚର୍ଚ୍ଚାରେ ସବ୍ୟଙ୍କ ‘ରକ୍ତମୁଖୀ ନିଲା’ !

37

ଓଲିଉଡର ପାଗଳପ୍ରେମୀଙ୍କ ନୂଆ ଇନିଂସ । ୧୨ବର୍ଷ ଧରି ଓଡିଆ ସିନେପ୍ରେମୀଙ୍କ ପ୍ରିୟ ଅଭିନେତା ଭାବେ ଜଣାଶୁଣା ସବ୍ୟସାଚୀ ମିଶ୍ର ନିଜ କ୍ୟାରିୟର ପ୍ରୋଫାଇଲରେ ନୂଆ ସଫଳତା ଯୋଡିଛନ୍ତି । କଲିଉଡ ଅର୍ଥାତ ବଙ୍ଗଳା ସିନେ ଦୁନିଆରେ ପାଦ ରଖିଛନ୍ତି ସବ୍ୟ । ତାମିଲ ଓ ତେଲୁଗୁ ସିନେ ଦୁନିଆରେ ପାଦ ରଖିବା ପରେ ସବ୍ୟ ଏବେ ବଙ୍ଗଳା ଫିଲ୍ମରେ ଡେବ୍ୟୁ କରିଛନ୍ତି । ତାଙ୍କ ଅଭିନୀତ ଏହି ପ୍ରଥମ ଫିଲ୍ମର ଟାଇଟେଲ ରହିଛି ରକ୍ତମୁଖୀ ନୀଲା ଓ ତାଙ୍କ ଫିଲ୍ମ କ୍ୟାରେକ୍ଟର ନାଁ ରହିଛି ମୁକୁଲ । ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ହୋଇଛନ୍ତି ବାଙ୍ଗାଲାଦେଶ ସିନେ ଦୁନିଆର ଲୋକପ୍ରିୟ ଚେହେରା ଦେବଲୀନା । ରକ୍ତମୁଖୀ ନୀଲାରେ ମାଫିଆ ରୋଲରେ ସବ୍ୟଙ୍କୁ ଦେଖିବାକୁ ମିଳିଛି । ଏଥିସହ ୩ଟି ଅବତାରେ ସବ୍ୟସାଚୀଙ୍କୁ ଦେଖିବାକୁ ମିଳିଛି । ଭିନ୍ନ ଭିନ୍ନ ପ୍ରକାର ଅବତାରରେ ପାଇଁ ଭିନ୍ନ ଗେଟଅପ ସେ ଆପଣାଇଛନ୍ତି । ଫିଲ୍ମର କାହାଣୀ ସ୍ୱର୍ଗତ ଆଦିତ୍ୟନାଥ ମୂଖାର୍ଜୀଙ୍କ ଉପନ୍ୟାସ ‘ଥକର ରଙ୍ଗ ଲାଲ ‘ଉପରେ ପର୍ଯ୍ୟବେସିତ ହୋଇଛି । ଜୟଦୀପ ମୁଖୋପଧ୍ୟାୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଓଡିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଫିଲ୍ମର ସୁଟିଂ କରାଯାଇଥିଲା । ଗୀତରେ ସ୍ଥାନ ପାଇଥିବା ଗୋଟେ ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ରାଜେଶ ରୋଶନ । ସବ୍ୟଙ୍କ ସହ ବଲିଉଡ କଳାକାର ରାଜେଶ ଶର୍ମାଙ୍କ ଅଭିନୟ ରହିଛି ।

ପଶ୍ଚିମବଙ୍ଗର ବିଭିନ୍ନ ଥିଏଟରରେ ରିଲିଜ ହୋଇଛି ରକ୍ତମୁଖୀ ନୀଲା । ଆଗକୁ ଓଡିଆ ଭାଷାରେ ଡବିଂ କରାଯିବ ଓ ଓଡିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ କରାଯିବା ଯୋଜନା ରଖିଛି ପ୍ରଯୋଜନା ସଂସ୍ଥା । ଓଲିଉଡ ଚକୋଲେଟ ବୟ ସବ୍ୟଙ୍କ ସିନେମା ତାଲିକାରେ ରହିଛି ଆଉ କିିଛି ତାମିଲ ଓ ତେଲୁଗୁ ପ୍ରୋଜେକ୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More