Only for Entertainment

ବଢୁଛି ସିଦ୍ଧାର୍ଥ ଓ ରଶ୍ମିଙ୍କ ସଂପର୍କ? ସିଦ୍ଧାର୍ଥଙ୍କ କଥା କାହିଁକି ଭାବୁଛନ୍ତି ରଶ୍ମି?

86

ବିଗବସ ସିଜନ ୧୩ ସବୁ ବର୍ଷ ଅପେକ୍ଷା ଖୁବ ନିଆରା । ଦର୍ଶକଙ୍କୁ ଏହା ଦୀର୍ଘ ଦିନ ଧରି ବାନ୍ଧି ରଖିବାକୁ ସକ୍ଷମ ହୋଇଛି । ଏଠାରେ ଯେତିକି ଭଲପାଇବା ଦେଖିବାକୁ ମିଳେ ସେତିକି ରାଗରୁଷା ମଧ୍ୟ । ଆଉ ତା’ ସହିତ ଶେହନାଜ ଗିଲଙ୍କ ଏଂଟରଟେନ ମୁଡ । ଶୋ ଭଲ ଟିଆରପି ହାସଲ କରିଥିବା କାରଣରୁ ଏହାର ଟେଲିକାଷ୍ଟ ସମୟକୁ ବଢାଇ ଦିଆଗଲା । ଯାହା ଫଳରେ ନଭେମ୍ବର ମାସର ଶେଷ ସମୟକୁ ଯଦିଓ ଏହାର ଫିନାଲେ ହୋଇଥାନ୍ତା ତଥାପି ଏହାକୁ ଫେବୃୟାରୀକୁ ପରିବର୍ତ୍ତନ କରାଗଲା । ଏଠାରେ ଥିବା ସମସ୍ତ ସେଲିବ୍ରେଟୀ ତ ଖୁବ ଭଲ ଲାଗନ୍ତି କିନ୍ତୁ ରଶ୍ମି ଏବଂ ସିଦ୍ଧାର୍ଥଙ୍କ ଝଗଡ଼ା ନୁହେଁ ବରଂ କ୍ୟୁଟ କେମେଷ୍ଟ୍ରି ଦେଖିବାକୁ ଭଲ ଲାଗେ । କେବେ କେବେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଭଲ ଥିବା ଦେଖିବାକୁ ମିଳେ ତ କେତେବେଳେ ଖୁବ ଖରାପ । ଦୁଇଜଣଙ୍କ ଝଗଡ଼ା ବ୍ୟକ୍ତିଗତ ଜୀବନକୁ ଟାଣି ହୋଇଯାଏ । ଶୋ’ରେ ଦୁଇଜଣଙ୍କ ସମ୍ପର୍କ ଏତେ ଭଲ ନଥିବା ବେଳେ ସାମ୍ନାକୁ ଏଭଳି ଏକ ଭିଡ଼ିଓ ଆସିଛି ଯେଉଁଥିରେ ଦୁଇଜଣ ପରସ୍ପରର ନିକଟତର ହେଉଥିବା ଦେଖିବାକୁ ମିଳିଛି ।

 

ଭିଡ଼ିଓରେ ଦେଖିବାକୁ ମିଳିଛିଯେ ରଶ୍ମ ସିଦ୍ଧାର୍ଥଙ୍କୁ କହୁଛନ୍ତି ତୁ ଆଜିକାଲି ମୋ ମନକୁ ଆସି ଯାଉଛୁ ଏବଂ ମୁଁ ତୋ କଥା ଭାବୁଛି ଏବଂ ଏହିଭଳି ଅନେକ କିଛି କଥା କହୁଛନ୍ତି ଏହି ଟେଲି ଅଭିନେତ୍ରୀ । ତେବେ ଏହା ପଛର ପ୍ରକୃତ କାରଣ କ’ଣ ଏପିସୋଡ ଦେଖିବା ପରେ ହିଁ ଜଣାପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More