Only for Entertainment

ମୁକ୍ତିଲାଭ କଲା ଓଡିଆ ରୋମାଂଟିକ୍ ଗୀତ ‘ବାଜିଗର୍’ !

46

ଖ୍ରୀଷ୍ଟମାସ ଅବସରରେ ଓଡିଆ ସ୍ରୋତାଙ୍କୁ ଏଂଟରଟେନ୍ କରିବା ପାଇଁ ଜି ମ୍ୟୁଜିକ୍ ଭେଟି ଦେଇଛି ଏକ ମନଛୁଆଁ ରୋମାଂଟିକ୍ ଗୀତ । ଯାହାର ଟାଇଟେଲ୍ ରହିଛି ‘ବାଜିଗର୍’ । ଗୀତରେ ରୋମାନ୍ସ କରିବାରେ ନଜର ଆସିଛନ୍ତି ଓଲିଉଡର କ୍ୟୁଟ୍ ଆକ୍ଟର୍ ଶୁଭାଶିଷ ଓରଫ ମଂଟୁ ଓ ଅଙ୍କିତା । ଏହି ରୋମାଂଟିକ୍ ଗୀତରେ କଣ୍ଠଦାନ କରିଛନ୍ତି ଅଭିନାଷ କୁମାର୍ ଓ ଅଷିମା ପଣ୍ଡା । କେମିତି ରହିଛି ଏହି ଗୀତଟି ଚାଲନ୍ତୁ ଶୁଣିବା ।

ମୁକ୍ତିଲାଭ କଲା ଓଡିଆ ରୋମାଂଟିକ୍ ଗୀତ ‘ବାଜିଗର୍’ । ଏକ ସର୍ଟ ରୋମାଂଟିକ୍ କାହାଣୀକୁ ନେଇ ଗତିଶୀଳ ହୋଇଛି ଏହି ଗୀତଟି । ଗୀତ ଦୃଶ୍ୟାୟନରେ ନଜର ଆସିଛନ୍ତି ଓଲିଉଡର ଲୋକପ୍ରିୟ ନାୟକ ଶୁଭାଶିଷ୍ ଓ ନାୟିକା ଅଙ୍କିତା । ଶୁଭାଶିଷ ଓ ଅଙ୍କିତାଙ୍କ ଭିତରେ ହାଲ୍କା ଫୁଲ୍କା ରୋମାନ୍ସ ଦେଖିବାକୁ ମିଳିଛି ଏହି ଗୀତରେ । ଏହି ମନଛୁଆଁ ଗୀତରେ ଶୁଣିବାକୁ ମିଳିଛି ଅଭିନାଷ କୁମାର୍ ଓ ଅଷିମା ପଣ୍ଡାଙ୍କ ଆକର୍ଷଣୀୟ ଗାୟିକି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସୁଶୀଲ୍ ଦଳେଇ । ଗୀତିକାର ମୃତ୍ୟୁଞ୍ଜୟ ମିଶ୍ର ବାଜିଗର୍ ଗୀତର ରଚନା କରିଛନ୍ତି । ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରାଜା ଡି ।

ଗୀତଟି ୟୁଟୁବ୍ ଚ୍ୟାନେଲ୍ ଜି ମ୍ୟୁଜିକ୍ରେ ମୁକ୍ତିଲାଭ କରିଛି । ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହି ଗୀତର ସୁଟିଂ ଅକ୍ଷୟ ନାୟକ କରିଥିବାବେଳେ ଏହାର ଏଡିଟିଂ କରିଛନ୍ତି ମାନସ କୁମାର୍ ସାହୁ । ସୋସିଆଲ୍ ମିଡିଆରେ ସ୍ରୋତା ଏହି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଗୀତଟି ରିଲିଜ୍ ହେବାର ମାତ୍ର କିଛି ଘଂଟା ଭିତରେ ହଜାର୍ ହଜାର୍ ଦର୍ଶକ ଏହାକୁ ଦେଖି ସାରିଲେଣି । ଆଗକୁ ଏହି ରୋମାଂଟିକ୍ ଗୀତ ବାଜିଗର ଆହୁରି ଲୋକପ୍ରିୟ ହେବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More