Only for Entertainment

ରିଲିଜ ହେଲା ଓଲିଉଡ କ୍ୱିନ ବର୍ଷାଙ୍କ ଆଗାମୀ ଫିଲ୍ନ ‘ନିମକି’ର ଆଉ ଏକ ପୋଷ୍ଟର ।

facebook
94

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଭାବଶାଳୀ ଅଭିନୟ ଦେଖିବାକୁ ମିଳବ ଆଗାମୀ ଓଲିଉଡ୍ ମୁଭି ‘ନିମକି – ନିମପୁରରୁ ନବିନ ନିବାସ’ରେ । ଫିଲ୍ମରେ ନିମପୁରର ଏକ ଗାଉଁଳି ଝିଅ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ବର୍ଷା । ଏକ ସାଧାରଣ ଝିଅର ଅସାଧାରଣ ସାହସକୁ ଗତିଶୀଳ ହୋଇଛି ଏହି ଚଳଚ୍ଚିତ୍ର ନିମକି । ନିକଟରେ ଏହି ଫିଲ୍ମର ଆଉ ଏକ ପୋଷ୍ଟର୍ ରିଲିଜ୍ କରାଯାଇଛି । ଯେଉଁଠି ଫିଲ୍ମର ମେକର୍ – ଡିରେକ୍ଟରଙ୍କ ସହ ନାୟିକା ବର୍ଷା ଓ ତାଙ୍କ ସ୍ୱାମୀ ଅଭିନେତା ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା ।

ଏକ ଭିନ୍ନ କାହାଣୀକୁ ନେଇ ସିନେମା ପ୍ରସ୍ତୁତ କରିଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି । ଆଉ ଏହି ସିନେମାର କନସେପ୍ଟ ଦେଇଛନ୍ତି ନାୟିକା ବର୍ଷା । ଚଳଚ୍ଚିତ୍ର ନିମକିରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ । କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ, ହ୍ୟୁମାନ୍ ସାଗରଙ୍କ ସ୍ୱରରେ ଭିନ୍ନ ସ୍ୱାଦର ଗୀତ ଶୁଣିବାକୁ ମିଳିବ ଏହି ଫିଲ୍ମରେ । ‘ନିମକି- ନିମପୁର ରୁ ନବିନ ନିବାସ’ ଏହାର ଟ୍ରେଲର୍ ଗତ କିଛି ଦିନ ଆଗରୁ ରିଲିଜ୍ ହୋଇଥିଲା ଆଉ ଏବେ ଆସିଛି ଫିଲ୍ମର ଏକ ପୋଷ୍ଟର୍ । ଖୁବଶୀଘ୍ର ସିନେମାଟି ଆସିବ ପରଦାକୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More