Only for Entertainment

ଜାଣନ୍ତୁ ଆଜିର ରାଶିଫଳ

28

ମେଷ: ବ୍ୟବସାୟ ବୃଦ୍ଧି ଲାଗି ନୂଆ ସାଥୀ ମିଳିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନିଯୁକ୍ତିର ସୂଚନା ମିଳିବ। ଘରୋଇ ସୁଖ ସୁବିଧା ବୃଦ୍ଧି ଲାଗି ନୂଆ ଜିନିଷ କିଣିବେ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭଦ୍ରକାଳୀ।

 

 

ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ବଢ଼ିଆ ଚାକିରିର ସୁଯୋଗ ଆସିବ। ଜମି ଦଲାଲଙ୍କ ପାଇଁ ଦିନଟି ଲାଭପ୍ରଦ ହେବ। ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ଖୁସି ମିଳିବ। ହକି ଖେଳାଳିଙ୍କର ପ୍ରଦର୍ଶନ ବଢ଼ିଆ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ମଝିଘରିଆଣୀ।

 

 

ମିଥୁନ: ଦିନଟି ଠିକ୍‌ଠାକ୍‌ ରହିବ। ଆପଣ କିଛି ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। କ୍ୟାରିୟର ମାମଲାରେ ସଠିକ୍‌ ବିଚାର କରିପାରନ୍ତି। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଘରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଅମ୍ବିକା।

 

 

 

 

କର୍କଟ: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଲାଗି ଦିନଟି ବଢ଼ିଆ ରହିବ। ଅଧିକାରୀବର୍ଗଙ୍କ ସହିତ ମେଳମିଳାପ ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟବସାୟରେ ବଡ଼ ଡିଲ୍‌ କରିପାରନ୍ତି। ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

 

 

 

ସି˚ହ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଯେଉଁ କାମ ହାତକୁ ନେବେ ନିଶ୍ଚିତ ଲାଭ ପାଇବେ। ଅଫିସ୍‌ର କିଛି କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଅଚାନକ ଧନପ୍ରାପ୍ତି ହେବ। ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କଟକଚଣ୍ତୀ।

 

 

କନ୍ୟା: ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଫଳ ମିଳିବ। ଆପଣଙ୍କୁ କୌଣସି ନୂଆ ସ˚ପର୍କରୁ ଧନଲାଭ ହେବ। ରାଜନୀତିରେ ସଫଳତା ମିଳିବ। ଘ‌େର ସଦସ୍ୟଙ୍କ ଉତ୍ସାହ ବଜାୟ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ଶ୍ରୀ ଗଣେଶ।

 

 

 

ତୁଳା: ଆପଣଙ୍କ ଭିତରେ ଉଠୁଥିବା କ୍ରୋଧକୁ ଠିକ୍‌ ଦିଶା ଦିଅନ୍ତୁ। ବ୍ୟାବସାୟିକ କାର୍ଯ୍ୟ ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଅଚାନକ କୌଣସି ସମାରୋହକୁ ଯାଇପାରନ୍ତି। ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସ˚କେତ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସୁରେଶ୍ବରୀ।

 

 

 

ବିଛା: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ହକି ଖେଳାଳିଙ୍କ ଲାଗି ଦିନଟି ଶୁଭ। ମହିଳାଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ବରୀ।

 

ଧନୁ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ଆପଣଙ୍କର ଆକର୍ଷକ ଶକ୍ତି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ। ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ। ସନ୍ତାନଙ୍କ ସୁଖ ପାଇବେ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

 

 

 

ମକର: ପରିବାର ସହିତ ଧର୍ମାନୁଷ୍ଠାନକୁ ଯାଆନ୍ତୁ, ଶୁଭ ହେବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ନିଃସ୍ବାର୍ଥ ସମାଜ ସେବାରୁ ପ୍ରତିଷ୍ଠା ମିଳିବ। ଅଫିସରେ କୌଣସି ବଡ଼ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ହର ପାର୍ବତୀ।

 

 

 

କୁମ୍ଭ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। ବ୍ୟବସାୟରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ କିଛି ନୂଆ କରିପାରନ୍ତି। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ସନ୍ତୋଷୀ ମାତା।

 

 

 

ମୀନ: ବ୍ୟବସାୟରେ ନୂଆ କାମ ଆରମ୍ଭ କରନ୍ତୁ, ଲାଭ ମିଳିବ। ପୁରୁଣା ସମସ୍ୟାରେ ଅଶାନ୍ତି ବଢ଼ିବାର ସମ୍ଭାବନା। କୌଣସି କାମରେ ଭାଇଙ୍କ ସହଯୋଗ ମିଳିବ। ଫିଲ୍ମ କଳାକାରଙ୍କୁ ବଢ଼ିଆ ପ୍ରସ୍ତାବ ମିଳିପାରେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More