Only for Entertainment

ଜାଣନ୍ତୁ ଆଜିର ରାଶିଫଳ

37

ମେଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଚାକିରିରେ ନୂଆ ପ୍ରସ୍ତାବ ମିଳିପାରେ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ସୁନ୍ଦର ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ବୃଷ: ଆପଣଙ୍କର ମନୋଭାବ କୌତୁକିଆ ରହିବ। ନୂଆ ଲୋକଙ୍କ ସହିତ ମିଷ୍ଟାଳାପ ହେବ। ଯାହାକି ଭବିଷ୍ୟତରେ ଲାଭ ମିଳିବ। ବୈ‌େଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଦୁର୍ଗା।

ମିଥୁନ: ଆଗକୁ ବଢ଼ିବାର ଦିନଟିଏ। ନେତାଙ୍କ ସହିତ ସ˚ପର୍କ ମଜଭୁତ ହେବ। ଆୟର ନୂଆ ସ୍ରୋତ ସାମନାକୁ ଆସିବ। ଚାକିରିଆଙ୍କ ପାଇଁ ସମୟ ଅନୁକୂଳ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲୋକନାଥ।

କର୍କଟ: ଆଗକୁ ବଢ଼ି ଚାଳନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ସାଇରାମ।

ସି˚ହ: ପୂଜାପାଠରେ ସମୟ ବିତିବ। ପରିବାରରେ ଶାନ୍ତିର ବାତାବରଣ ରହିବ। ବହୁ ଦିନର ସ୍ବପ୍ନ ସାକାର ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ଛାତ୍ରଙ୍କ ଲାଗି ସମୟ ଅନୁକୂଳ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଶାରଳା।

କନ୍ୟା: ଜୀବନରେ କ’ଣ ପାଇଛନ୍ତି, କଣ ହରାଇଛନ୍ତି ସେହି ଭାବନାରେ ଅଧିକ ସମୟ କଟିବ। ଆଗକୁ ବଢ଼ିବା ଲାଗି ଶାନ୍ତ ମନରେ ନୂଆ ରଣନୀତି ପ୍ରସ୍ତୁତ କରନ୍ତୁ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀକୃଷ୍ଣ।

ତୁଳା: ସକାରାତ୍ମକ ଭାବନା ଆପଣଙ୍କ ଲାଗି ଲାଭଦାୟକ ସାବିତ ହେବ। ବ୍ୟବସାୟ ପାଇଁ ଭଲ ଅବସର ପାଇବେ। କାନୁନ ମାମଲାରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ପରିବାରରେ ଖୁସି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କିଚକେଶ୍ବରୀ ।

ବିଛା: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ଇଚ୍ଛା ପୂରା କରିବାର ପ୍ରୟାସ ସଫଳ ହେବ। ଚାକିରିରେ ଦରମା ବଢ଼ିପାରେ। ଘରକୁ ଅତିଥି ଆସିବା ହେତୁ ପରିବାରରେ ଖୁସିର ବାତାବରଣ ରହିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ବାବା ଗୁପ୍ତେଶ୍ବର।

ଧନୁ: ଆଜି ମନ ପ୍ରସନ୍ନ ରହିବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ। କ୍ରିକେଟ ଖେଳାଳିଙ୍କର ପ୍ରଦର୍ଶନ ବଢି଼ଆ ରହିବ। ବିବାହଯୋଗ୍ୟ ବ୍ୟକ୍ତିିଙ୍କ ପାଇଁ ସୁନ୍ଦର ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ପାଟଣେଶ୍ବରୀ।

ମକର: ଈଷ୍ଟଦେବଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ତାୟମାନ। ଆୟ ପାଇଁ ନୂଆ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ବିଦେଶ ଯିବାର ଯୋଜନା କରି ପାରନ୍ତି। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ବିରଜା।

କୁମ୍ଭ: କାରବାରରେ ସ୍ଥଗିତ ଥିବା କାର୍ଯ୍ୟ ଆଜି ପୂରା ହେବ। ସରକାରୀ କ୍ଷେତ୍ରରେ ଲାଭ ପାଇବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 

ମୀନ: ଦିନଟି ଆପଣଙ୍କ ଲାଗି ଉନ୍ନତିକାରକ ରହିବ। କାମ ସମୟ ପୂର୍ବରୁ ପୂରା ହୋଇପାରେ। ପଇସା ସମ୍ବନ୍ଧୀୟ ଭଲ ଖବର ପାଇବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମରେ ବଦଳିପାରେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More