Only for Entertainment

ଜାଣନ୍ତୁ ଆଜିର ରାଶିଫଳ

172

ମେଷ: ଆଜି ଆପଣ ଟିକେ ଭାବପ୍ରବଣ ହୋଇପାରନ୍ତି। ନୂଆ କାମ କରିବାରେ ନିବୃତ୍ତ ରହନ୍ତୁ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ତ୍ୟାଗ କରନ୍ତୁ। ଅଧିକାରୀଙ୍କ ବ୍ୟବହାରରେ କଷ୍ଟ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ଆପଣଙ୍କ ପାଇଁ ଦିନଟି ଅନୁକୂଳ। କ୍ୟାରିଅର ଓ ଚାକିରିରେ ସଫଳତା ମିଳିବ। ଆପଣଙ୍କୁ କେହି ଅଚାନକ ଉପହାର ଦେବେ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ। ଆପଣଙ୍କ ପରିବାରରେ ପ୍ରସନ୍ନତା ବଜାୟ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀକୃଷ୍ଣ।

 

 

ମିଥୁନ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ମିଳିବ। କାର୍ଯ୍ୟକ୍ଷେତ୍ରରେ ଯଥେଷ୍ଟ ସଫଳତା ମିଳିବ। ବେପାରରେ ଲାଭ ହେବ। ମହିଳାମାନେ ଜୀବନସାଥୀଙ୍କୁ କିଛି ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କାଳୀଜାଈ।

 

କର୍କଟ: ଆପଣଙ୍କ କଳ୍ପନା ଶକ୍ତି ଲକ୍ଷ୍ୟପ୍ରାପ୍ତିରେ ସହାୟକ ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବେପାରରେ ଆଶାଠୁଁ ଅଧିକ ଲାଭ ପାଇବେ। ବିବାହିତଙ୍କ ଲାଗି ଦିନଟି ବହୁତ ବଢ଼ିଆ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସମଲେଶ୍ବରୀ।

 

 

ସି˚ହ: ଦିନଟି ସବୁ ଦୃଷ୍ଟିରୁ ଭଲ। ଅନ୍ୟମାନଙ୍କ ସହିତ ଆପଣଙ୍କର ତାଳମେଳ ବଢ଼ିଆ ବଜାୟ ରହିବ। କୌଣସି କଳାତ୍ମକ ଜିନିଷ ପ୍ରତି ଆପଣଙ୍କର ଆକର୍ଷଣ ଅଧିକ ରହିବ। ଛାତ୍ରମାନଙ୍କର ପଢ଼ିବାରେ ପ୍ରଦର୍ଶନ ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

 

କନ୍ୟା: ଅଫିସକୁ ସୁନ୍ଦର ଭାବେ ସଜାଇପାରନ୍ତି। ଆପଣଙ୍କୁ କର୍ତ୍ତୃପକ୍ଷଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିପାରେ। ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। କାନୁନ ବିବାଦ ଆଜି ସମାପ୍ତ ହୋଇପାରେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ତୁଳା: ଅନୁଭବୀ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିପାରନ୍ତି। ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ। ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ପ୍ରେମରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭୈରବୀ।

 

ବିଛା: ଆପଣ ପରିବାର ସହିତ କୌଣସି ଧର୍ମସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କୁ ମିତ୍ରଙ୍କ ଠାରୁ ବଢ଼ିଆ ପରାମର୍ଶ ମିଳିବ। କାରବାରରେ ଲାଭର ଯୋଗ ରହିଛି। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହୋଇପାରେ। ଛାତ୍ରୀଙ୍କୁ ଶୁଭ ଖବର ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

 

ଧନୁ: କୌଣସି ଜରୁରୀ କାମ ଧନ୍ଦାରେ ଯାତ୍ରାର ଯୋଗ ରହିଛି। କାମ ସମୟରେ ପୂରା ନହେବାରୁ ଆପଣଙ୍କର ମାନସିକ ଅଶାନ୍ତି ବଢ଼ିପାରେ। ଆର୍ଥିକ ସ୍ଥିତିରେ ଉଠାଣ ଗଡ଼ାଣ ଲାଗି ରହିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

ମକର: ଆଜି ଆପଣ ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିପାରେ। ଅଫିସରେ କୌଣସି କାମକୁ ନେଇ ଆପଣଙ୍କର ପ୍ରଶ˚ସା ହେବ। ଅଚାନକ ଧନପ୍ରାପ୍ତି ହେବ। ଆପଣଙ୍କର ଭୌତିକ ସୁଖ ସାଧନରେ ବୃଦ୍ଧି ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ବିମଳା।

କୁମ୍ଭ: ଆଜି ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ବ୍ୟବସାୟରେ ମନ ଅନୁସାରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରୀମାନଙ୍କର ବିଦ୍ୟାଭ୍ୟାସରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

ମୀନ: ଖୁସ ମିଜାଜରେ ରହିବେ। ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ। ବୈ‌େଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଆପଣ ଦାୟିତ୍ବ ନିର୍ବାହରେ ସଫଳ ହେବେ। ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ସମଲେଶ୍ବରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More