ଖୁବ୍ ଶୀଘ୍ର ରିଲିଜ୍ ହେବ ‘ତୁ ମୋର ନିହାତି ଦରକାର’
ଖୁବ୍ ଶୀଘ୍ର ରିଲିଜ୍ ହେବ ଜ୍ୟୋତି ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଫିଲ୍ମ ‘ତୁ ମୋର ନିହାତି ଦରକାର’ । ‘ତୁ ମୋର ନିହାତି ଦରକାର’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଜୀବ ମହାନ୍ତି । ରାଜୀବ ଆଗରୁ ଚୋରି ଚୋରି, ଏମିତି ବି ହୋଇପାରେ, ତୁ ମୋ ସୁନା, ତୁ ମୋ ହୀରା ଭଳି କେତୋଟି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି । ‘ତୁ ମୋ ନିହାତି ଦରକାର’ର ସଂଳାପ ଲେଖିଝନ୍ତି ଡ଼ ରଜନୀ ରଂଜନ । ଶ୍ରୀ ରାହୁଲ ଏହାର ସଙ୍ଗୀତ ନିର୍ଦ୍ଦେଶକ । ଏହି ସିନେମାରେ ଆସୁଛନ୍ତି ଆଛଉ ଏକ ନୂଆ ଏବଂ ଫ୍ରେସ୍ ଯୋଡ଼ି । ହଁ, ଜ୍ୟୋତି ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଫିଲ୍ମ ‘ତୁ ମୋ ନିହାତି ଦରକାର’ରେ ଏହି ଯୋଡ଼ିର ନାୟକ ଓ ନାୟକା ହେଲେ ଶ୍ରୀଦେବୀ । ଏହି ଫିଲ୍ମର କାହାଣୀ ପ୍ରେମ ତ୍ରିକୋଣଧର୍ମୀ ମଧ୍ୟ ଦେଖିବାକୁ ମିଳିବ ।
ଏହି ତିନିଜଣ ନାୟକ, ନାୟିକାଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଅଜିତ ଦାସ, ମିହିତ ଦାସ, ପୁଷ୍ପା ପଣ୍ଡା, ସ୍ନିଗ୍ଧା ମହାନ୍ତି. ମୁନ୍ନା ଖାନ୍, ପିଣ୍ଟୁ ନନ୍ଦ, ବିଜୁ ବଡ଼ଜେନା, ସୁଧାକର ବସନ୍ତ, ଭଗବାନ ବେହେରା, ଜୟ,ରାନୁ ପାଢୀ, ନରି ସ୍ୱାଇଁ, ବିକାଶ,ବିଶ୍ୱଜିତ, ମାଷ୍ଟର ଅସ୍ମିତ୍, ସଙ୍ଗୀତା ଓ ଦୋଳ ସାହୁ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି ।