Only for Entertainment

ଟ୍ରାଙ୍ଗୁଲାର୍ ଲଭଷ୍ଟୋରୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ‘ବାଜିବ ଲୋ ସାହାନାଇ’ , ସାମ୍ନାକୁ ଆସିଲା ପୋଷ୍ଟର !

42

ଟ୍ରାଙ୍ଗୁଲାର୍ ଲଭଷ୍ଟୋରୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ‘ବାଜିବ ଲୋ ସାହାନାଇ’ । ଦୁଇ ଦୁଇ ଜଣ ନାୟକଙ୍କ ସହ ଗୋଟିଏ ସୁନ୍ଦରୀ । ଅମ୍ଳାନ ଓ ସମ୍ବିତଙ୍କ ସହ ନାୟିକା ଭାବେ ବଙ୍ଗୀୟ ସୁନ୍ଦରୀ ଝିଲିକଙ୍କୁ ଦେଖିବାକୁ ମିଳିବ । ନିକଟରେ ଏହି ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ମେକରଙ୍କ ସହ ଷ୍ଟାରଙ୍କୁ ବି ଦେଖିବାକୁ ମିଳିଥିଲା ।

ନୂଆ ଚରିତ୍ର ଆଉ କାହାଣୀ ସହ ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ‘ବାଜିବ ଲୋ ସାହାନାଇ’ । ଏହି ଅପକମିଂ ସିନେମାର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅପ କମିଂ ନେମାରେ ନାୟକ ଭାବେ ନଜର ଆସିବେ ଅଭିନେତା ଅମ୍ଳାନ ଦାସ ଓ ସମ୍ବିତ ଆଚାର୍ଯ୍ୟ । ଟ୍ରାଙ୍ଗୁଲାର୍ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହେଉଥିବା ଏହି ସିନେମାରେ ନାୟିକା ସାଜିବେ ଅଭିନେତ୍ରୀ ଝିଲିକ୍ । ଟାର୍ଗେଟ୍ ସିନେମା ପରେ ପାଖାପାଖି ୭ ବର୍ଷର ବ୍ୟବଧାନ ପରେ ଝିଲିକ୍ ଓ ଅମ୍ଳାନ ଏକାଠି ନଜର ଆସିବାକୁ ଥିବାବେଳେ, ସମ୍ବିତ୍ ଓ ଝିଲିକଙ୍କ ଯୋଡିର ଏହା ହେଉଛି ଦ୍ୱିତୀୟ ସିନେମା ।

ଆରଜେଡି ଆର୍ଟ ଦ୍ୱାରା ପ୍ରସ୍ତୁତ ହେବାକୁଥିବା ଏହି ସିନେମାର ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେବେ ଯାତ୍ରାର ସୁପରିଚିତ ନିର୍ଦ୍ଦେଶକ ଆଷୁତୋଷ ମହାପାତ୍ର । ସୁପରହିଟ୍ ଯାତ୍ରା ବାଜିବ ଲୋ ସାହାନାଇକୁ ନେଇ ସିନେମା ପ୍ରସ୍ତୁତ କରୁଛନ୍ତି ଆଶୁତୋଷ । ଫିଲ୍ମରେ ସଙ୍ଗୀତ ଭାର ତୁଲାଇବେ ଟିଟନ୍ ।

ସିନେମାର ଘୋଷଣା ହୋଇଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ । ଯାତ୍ରାର କାହାଣୀକୁ ନେଇ ପ୍ରସ୍ତୁତ ହେବାକୁଥିବା ଚଳଚ୍ଚିତ୍ର ‘ବାଜିବ ଲୋ ସାହାନାଇ’ ଦର୍ଶକଙ୍କୁ କେତେଦୁର ପସନ୍ଦ ଆସିବ ତାହା ଫିଲ୍ମ ରିଲିଜ୍ ହେଲା ପରେ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More