Only for Entertainment

ନୂଆ ବର୍ଷରେ ଖୋଲିଲା ବବି ଦେଓଲଙ୍କ ଭାଗ୍ୟ ।

asian style magazine
0 46

ଦିନେ ସୁପରହିଟ ଫିଲ୍ମକୁ ନେଇ ଲୋକ ଲୋଚନରେ ଥିବା ବବିଙ୍କୁ ଏବେ ଫିଲ୍ମରେ ଦେଖିବାକୁ ମିଳୁନାହିଁ । ବବି ଦେଓଲ ଶେଷ ଥର ପାଇଁ ଫିଲ୍ମ ପୋଷ୍ଟର ବଏଜରେ ନଜର ଆସିଥିଲେ । କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଏତେ କମାଲ କରିପାରି ନଥିଲା । ତେବେ ବହୁ ପ୍ରତୀକ୍ଷା ପରେ ବବିଙ୍କ ଭାଗ୍ୟର ଦ୍ୱାରା ଖୋଲିଥିବା ଦେଖିବାକୁ ମିଳିଛି । ବବି ପୁଣିଥରେ ବଡ଼ ପରଦାରେ ପ୍ରବେଶ କରିବେ ବୋଲି ସୂଚନା ମିଳିଛି ।

ଖବର ମୁତାବକ ବବିଙ୍କୁ ଏକ ବଡ଼ ବଜେଟର ଫିଲ୍ମ ମିଳିଛି । ସଲମାନ ଖାନ ବବିଙ୍କୁ ତାଙ୍କର ଆଗାମୀ ଫିଲ୍ମ ରେସ ଥ୍ରିରେ ସାଇନ କରିଛନ୍ତି । ନିଶ୍ଚିତ ଭାବରେ କୁହାଯାଇପାରେ ଏତେ ବଡ଼ ଫିଲ୍ମ ମିଳିବା ପରେ ବବିଙ୍କ ଭାଗ୍ୟ ଖୋଲିଯାଇଛି ।

ଆଗାମୀ ଦିନରେ ବବିଙ୍କର ଦୁଇଟି ଜବରଦସ୍ତ ଫିଲ୍ମ ରିଲିଜ ହେବାକୁ ଯାଉଛି । ତେବେ ରେସ ଥ୍ରି ବ୍ୟତୀତ ବବି ୟମଲା ପଗଲା ଦିୱାନା ଥ୍ରିରେ ବାପା ଧର୍ମେନ୍ଦ୍ର ଏବଂ ଭାଇ ସନିଙ୍କ ସହିତ ନଜର ଆସିବେ । ତେବେ ରେସ ଥ୍ରି ଏବଂ ୟମଲା ପଗଲା ଦିୱାନାର ପୂର୍ବ ଦୁଇଟି ସିରିଜ ରିଲିଜ ହୋଇସାରିଛି । ରେସ ଥ୍ରି ମଧ୍ୟ ଇଣ୍ଡଷ୍ଟ୍ରିରେ ଖୁବ ଧୁମ ମଚାଇଥିଲା । ଆଶା କରାଯାଉଛି ବବିଙ୍କର ଆମାଗୀ ଫିଲ୍ମ ମଧ୍ୟ ବ୍ଲକବଷ୍ଟର ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More