Only for Entertainment

ୟୁଟ୍ୟୁବରେ ଟ୍ରେଣ୍ଡ କଲା ଅକ୍ଷୟ କୁମାରଙ୍କ ଛମୋ,ଗୋଟିଏ ଦିନରେ ଏତେ ଭ୍ୟୁଜ!

26

ଗତ ୨୧ ତାରିଖକୁ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ହାଉସଫୁଲ ୪ର ଗୀତ ।ତେବେ ଦର୍ଶକ ଏହାକୁ ଢେର ପସନ୍ଦ କରିଛନ୍ତି | କାରଣ ରିଲିଜ ହେବାର ଦିନକ ମଧ୍ୟରେ ୟୁଟ୍ୟୁବରେ ୫୦ ଲକ୍ଷରୁ ଅଧିକ ଦର୍ଶକ ଏହାକୁ ଦେଖି ସାରିଲେଣି | ଘନତାକୁ ଘଣ୍ଟା ଏହି ଗୀତର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି |ଏହି ଗୀତରେ ୩ଟି ଯୋଡିଙ୍କ ମଜେଦାର ଅଭିନୟ ରହିଛି । ଅକ୍ଷୟ-କ୍ରି୍ତି,ବବି-କ୍ରିତି ଖରବନ୍ଦା,ରିତେଶ-ପୂଜା ହେଗଡେଙ୍କ ଅଭିନୟ ଏହି ଗୀତରେ ଦେଖିବାକୁ ମିଳିଛି | କାହାଣୀକୁ ଆଖି ଆଗରେ ରଖି ସେଟ ନିର୍ମାଣ କରାଯାଇଛି ।କଳାକାରଙ୍କ ପୋଷାକଠାରୁ ନେଇ ସୁଟିଂ ସେଟରେ ଦିଆଯାଇଛି ପରଫେକ୍ଟ ଟଚ୍ । ସୁଖବିନ୍ଦର ସିଂ, ଶ୍ରେୟା ଘୋଷାଲ, ସୋହାଲି ସେନ ଏହି ଗୀତରେ କଣ୍ଠଦାନ କରିଛନ୍ତି । ସାଜିଦ୍ ନାଡିଆଡ୍ୱାଲାଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଫର୍ହାଦ୍ ସମଜି । ଏଠାରେ ସୂଚନା ଥାଉ କି ହାଉସଫୁଲ ଫୋର ୨୬ ଅକ୍ଟୋବରରେ ପରଦାକୁ ଆସିବ |

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More