ସୈଫଙ୍କ ପରେ ଡିଜିଟାଲରେ ଡେବ୍ୟୁ କରିବେ ଅଭିଷେକ ବଚ୍ଚନ ।
ଫିଲ୍ମ ପରେ ଅଭିଷେକ ଡିଜିଟାଲ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି ।ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିକ ଫିଲ୍ମ ମନମର୍ଜିଆଁରେ ଅଭିନୟ କରିଥିବା ଅଭିଷେକ ଅମେଜାନଙ୍କ ଶୋ ବ୍ରିଦ ଟୁରେ ଡିଜିଟାଲ ଡେବ୍ୟୁ କରିବେ ।
ମୟଙ୍କ ଶର୍ମାଙ୍କ ନିର୍ଦ୍ଦେଶିକ ପ୍ରଥମ ସିରିଜ ଜାନୁଆରୀରେ ରିଲିଜ ହୋଇଥିଲା । ଏଥିରେ ଆର ମାଧବନ ଜଣେ ବାପା ଚରିତ୍ରରେ ନଜର ଆସିଥିଲେ,ଯିଏ ନିଜ ରୋଗୀଣା ପିଲାକୁ ବଂଚାଇବା ପାଇଁ ଗୋଟି ଗୋଟି କରି ଟଙ୍କା ଜମା କରୁଥିଲେ । ତେବେ ଏହାର ଦ୍ୱିତୀୟ ଭର୍ସନରେ ମଧ୍ୟ ମୟଙ୍କ ଶର୍ମର୍ା ନିର୍ଦ୍ଦେଶନା ଦେବେ ।ଏହାର ରିଲିଜ ଡେଟ ଘୋଷଣା ହୋଇନାହିଁ ।ତେବେ ଅଭିଷେକ ବଚ୍ଚନ ଆଗାମୀ ଦିନରେ ଫିଲ୍ମ ଗୁଲାବ ଜାମୁନରେ ନଜର ଆସିବେ ।