Only for Entertainment

ଅଭିଷେକ ବଚ୍ଚନଙ୍କ ହାତରେ ଲାଗିଲା ବଡ ପ୍ରୋଜେକ୍ଟ, କମଲ ହାସନଙ୍କ ‘ଇଣ୍ଡିଆନ-୨’ ଆସିବେ ନଜର

Latestly
26

ସାଉଥ ସୁପରଷ୍ଟାର କମଲହାସନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଇଣ୍ଡିଆନ-୨’କୁ ନେଇ ଏବେ ଚର୍ଚ୍ଚା ଜୋନର ଧରିଛି । ନିକଟରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ସୁଟିଂ ଆରମ୍ଭ ହେବା ପରେ ପରେ ଲଗାତାର ଫିଲ୍ମର କିଛି ନା କିଛି ଫଟୋ ସାମ୍ନାକୁ ଆସୁଛି । କହିରଖୁଛୁ ଯେ ଏହି ଫିଲ୍ମରେ କମଲ ସେନାପତି ରୋଲରେ ନଜର ଆସିବେ । ସେହିପରି ଫିଲ୍ମରେ କାଜଲ ଅଗ୍ରୱାଲ ଲିଡ ରୋଲରେ ନଜର ଆସିବେ । ତେବେ ତାଜା ଖବର ଅନୁସାରେ ଫିଲ୍ମରେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ନଜର ଆସିପାରନ୍ତି । ତେବେ ଏହି ମାମଲାରେ ଏବେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ । ଯଦି ଏହି ଖବର ସତ ହୁଏ ତେବେ ଅଭିଷେକଙ୍କ ଏହା ତାମିଲ ଫିଲ୍ମ ଡେବ୍ୟୁ ହେବ ।

kamalhaasan

ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, ଫିଲ୍ମରେ ଅଜୟ ଦେବଗନ ଏବଂ ଅକ୍ଷୟ କୁମାରଙ୍କୁ ରୋଲ ଅଫର ହୋଇଥିଲା ମାତ୍ର ଦୁଇ ଷ୍ଟାର ଏହି ପ୍ରୋଜେକ୍ଟରେ କାମ କରିବା ପାଇଁ ମନା କରି ଦେଇଛନ୍ତି । ଦୁଇ ଷ୍ଟାରର୍ସ ଏବେ ନିଜ ନିଜର ବଲିଉଡ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ସେଥିପାଇଁ ଏହି ପ୍ରୋଜେକ୍ଟରେ କାମ କରିବା ପାଇଁ ମନ ବଳାଇ ନାହାଁନ୍ତି ।

ଅଭିଷେକଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଶେଷଥର ପାଇଁ ସେ ଅନୁରାଗ କଶ୍ୟପଙ୍କ ଫିଲ୍ମ ମନମର୍ଜିୟାଁରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ସହିତ ବିକି କୌଶଲ ଏବଂ ତାପସୀ ପନ୍ନୁଙ୍କୁ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More