Only for Entertainment

ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଅଛନ୍ତି ଏହି ହାସ୍ୟ ଅଭିନେତା, ଅବସ୍ଥାରେ ଆସିଛି ସୁଧାର !

YouTube
0 41

ଓଲିଉଡ ଜଗତର ହାସ୍ୟ ଅଭିନେତା ଯିଏ କି ଦର୍ଶକଙ୍କୁ ହସେଇ ହସେଇ କରି ଦେଉଥିଲେ ବେଦମ । ତାଙ୍କର ନିଆରା ହସରେ ଲୋକ ହୋଇଯାଉଥିଲେ ପାଗଳ । ସେ ଆଉ କେହି ନୁହଁନ୍ତି ଅଭିନେତା ଜୟୀରାମ ସାମଲ । ସେ ଏବେ ହୃଦୟ ଜନିତ ସମସ୍ୟାରେ ପୀଡିତ । ସେଥିପାଇଁ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ ।

ବୟସ ତୁଳନାରେ ଫିଟ ଥିଲେ ଏହି ଅଭିନେତା ଜଣକ । ସେମିତି କିଛି ଗୁରୁତର ଶାରୀରିକ ସମସ୍ୟାରେ ସେ ପୀଡିତ ନଥିଲେ । ମାତ୍ର ମିଳିଥିବା ସୂଚନା ମୁତାବକ, ଅକସ୍ମାତ ମଙ୍ଗଳବାର ରାତିରେ ସେ ଅସୁସ୍ଥ ଅନୁଭବ କରିଥିଲେ । ତେଣୁ ତାଙ୍କୁ ବୁଧବାର ଦିନ ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏବେ ଏହି ଅଭିନେତା ହସ୍ପିଟାଲରେ ଅଛନ୍ତି । ବିଶେଷସୂତ୍ରରୁ ପ୍ରକାଶ ଯେ ଡାକ୍ତରମାନେ ତାଙ୍କର ଆଂଜିଓ ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି । ଏହା ହୃଦରୋଗ ଜନିତ ପ୍ରାଥମିକ ସମସ୍ୟା ଅଟେ । ଏହି ଅସ୍ତ୍ରୋପଚାର ପରେ ଏବେ ସେ ଠିକ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖିବାକୁ ମିଳିଛି ।

ଏଠାରେ ଆମେ କହି ରଖୁଛୁ ଯେ ତାଙ୍କର ହାସ୍ୟ ଅଭିନୟ ପାଇଁ ସେ ସାରା ଓଡିଶାରେ ଖୁବ ପରିଚିତ । ସେ ଜାଇଫୁଲ, ଜଗାବଳିଆ, ଜନନୀ, କାବେରୀ, ସ୍ୱପ୍ନ ସାଗର, ନାଗ ଫାଶ, ଯାଯାବର, ଦଣ୍ଡାବାଳୁଙ୍ଗା ଏବଂ ବଳିଦାନ ଭଳି ଫିଲ୍ମରେ ନିଜର ଅଭିନୟ ପାଇଁ ଏକ ହାସ୍ୟ ଅଭିନେତାର ପରିଚୟ ପାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More