Only for Entertainment

କଂଗ୍ରେସରୁ ଇସ୍ତଫା ଦେଲେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

new indian express
130

ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିବା ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସ ପାର୍ଟି ଛାଡ଼ି ଦେଇଛନ୍ତି । ସେ ତାଙ୍କ ଇସ୍ତଫା ମୁୂମ୍ବାଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି । ଇସ୍ତଫାରେ ଲେଖାଯାଇଛିଯେ ପାର୍ଟି ତାଙ୍କର ଭୁଲ ବ୍ୟବହାର କରୁଛି । ପାର୍ଟି ତାଙ୍କୁ କୌଣସି ବଡ଼ କାମ କରିବାକୁ ଅଟକାଉଛନ୍ତି । କହିରଖୁଛୁ ନିର୍ବାଚନରେ ହାରିବା ପରେ ମଧ୍ୟ ଉର୍ମିଳା କଂଗ୍ରେସ ସହିତ ଯୋଡ଼ି ହୋଇ ରହିଥିଲେ ।

ଉର୍ମିଳା ଆଜି ଇସ୍ତଫା ଦେଇ ଦେଇଛନ୍ତି । ଉର୍ମିଳାଙ୍କ କହିବା ମୁତାବକ ପାର୍ଟି କୌଣସି ବଡ଼ କାମ କରିବା ପରିବର୍ତ୍ତେ ରାଜନୀତିକୁ ଭିତରେ ପୂରାଇ ସବୁକିଛି ଅଟକାଇ ଦେଉଛି । ତେବେ ଲେଟରର କୌଣସି ପ୍ରତ୍ତ୍ୟୁତର ନ ଦେଇ ତାହାକୁ ମିଡିଆରେ ଭାଇରାଲ କରାଯାଇଥିବା କହିଛନ୍ତି ଉର୍ମିଳା, ଯାହା ତାଙ୍କ ଭାବନାକୁ କଷ୍ଟ ପହଂଚାଇଛି । ଏହା ସହିତ ପୂର୍ବଭଳି ସେ ଲୋକଙ୍କ ସେବା କରିବେ ବୋଲି ମଧ୍ୟ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More