Only for Entertainment

ସୁଶାନ୍ତଙ୍କୁ ନେଇ କ୍ରିତି ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ କ୍ୟାଟ ଫାଇଟ !

India Today
0 64

ସୁଶାନ୍ତ ସିଂ ରାଜପୁତ ଏବଂ କ୍ରୀତି ସାନନ ଏହି ଦୁହିଁଙ୍କ ସମ୍ପର୍କର ଚର୍ଚ୍ଚା ଅନେକ ବର୍ଷରୁ ଶୁଣିବାକୁ ମିଳୁଛି । ମାତ୍ର ଦୁହେଁ କେବେ ମିଡିଆରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ ସ୍ୱୀକାର କରି ନାହାନ୍ତି । ମାତ୍ର ଦୁହିଁଙ୍କୁ ଏକାସହ ଅନେକ ସ୍ଥାନରେ ଦେଖି ଅନୁମାନ ଲଗାଯାଉଥିଲା ଯେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଅଛି । କିନ୍ତୁ ଏବେ କିଛି ଦିନ ହେବ ଖବର ଶୁଣିବାକୁ ମିଳିଛି ଯେ ଦୁହିଁଙ୍କ ମଧ୍ୟ ସମ୍ପର୍କ କିଛି ଠିକ ନାହିଁ ଏହାର କାରଣ ହେଉଛନ୍ତି ଶ୍ରଦ୍ଧା କପୁର ।

ଅସଲରେ ଶ୍ରଦ୍ଧାଙ୍କୁ ସୁଶାନ୍ତଙ୍କ ବିପକ୍ଷରେ ଆଗାମୀ ଫିଲ୍ମରେ କାଷ୍ଟ କରାଯାଉଛି । ପ୍ରଥମେ ଏହି ଫିଲ୍ମ ପାଇଁ କ୍ରିତି ସାନନ କରାଯାଇଥାଆନ୍ତା ମାତ୍ର ଶ୍ରଦ୍ଧା ଏହି ଫିଲ୍ମରେ ଅଭିନୟ କରିବେ । ଏହା ପ୍ରଥମ ଥର ହୋଇନାହିଁ ଯେ ଶ୍ରଦ୍ଧା କ୍ରିତିଙ୍କୁ ରିପ୍ଲେସ କରିଛନ୍ତି ।

ଏହାପୂର୍ବରୁ ମଧ୍ୟ ଏକ ଫିଲ୍ମରେ ମଧ୍ୟ କ୍ରିତିଙ୍କ ସ୍ଥାନରେ ଶ୍ରଦ୍ଧାଙ୍କୁ ସାଇନ କରାଯାଇଛି । ତେବେ କ୍ରିତି ଏସବୁ କେମିତି ସହିବେ ? ଫିଲ୍ମକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ଅଫିସିଆଲ କନଫରମେସନ ଆସିନାହିଁ, କିନ୍ତୁ କ୍ରିତି ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ଖଟପଟ ଖବର ଖୁବ ଶୁଣିବାକୁ ମିଳୁଛି । ଶୁଣିବାକୁ ମିଳିଛି ସୁଶାନ୍ତ ଏବଂ ଶ୍ରଦ୍ଧାଙ୍କ ଏହି ଫିଲ୍ମ ଏକ କଲେଜ ଡ୍ରାମା ଅଟେ, ମାତ୍ର ଏହାର ଏବେ ପର୍ଯ୍ୟନ୍ତ କୌଣସି ଅଫସିଅଲ ଅନାଉସମେଂଟ ହୋଇ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More