Only for Entertainment

ସମାଜ ମଙ୍ଗଳ ପାଇଁ ମାଲେସିୟାରେ ଆଦିତି !

Bollywood bee
0 57

ବଲିଉଡ୍‌ରେ ଏ ଭଳି କିଛି କଳାକାର ଅଛନ୍ତି, ଯେଉଁମାନେ ସମୟ ପାଇଲେ ସମାଜର ମଙ୍ଗଳ ପାଇଁ କିଛି ନା କିଛି କାର୍ୟ୍ୟ କରିବାକୁ ଭଲପାଆନ୍ତି। ଏ ପରି ଜଣେ ହେଲେ ଅଦିତି ରାଓ ହୈଦରୀ। ମାଲେସିୟାରେ ଭାରତୀୟ ତମିଲଙ୍କ ସଂଖ୍ୟା ବେଶ୍‌ ଅଧିକ। ସେମାନଙ୍କର ଏକ ସାମାଜିକ ପ୍ରତିଷ୍ଠାନ ପକ୍ଷରୁ ‘ନାଦିଗର ସଙ୍ଗମ ଭବନ’ ନାମରେ ଏକ ଦାତବ୍ୟ ଅନୁଷ୍ଠାନ ତିଆରିକରାଯାଉଛି। ଏଥି ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ଏକ ଉତ୍ସବ ଆୟୋଜିତ ହେଉଛି, ଯେଉଁଠି ଅଦିତି ବିନା ପାଉଣାରେ ଏକ ମନୋରଂଜନ କାର୍ୟ୍ୟକ୍ରମରେ ଭାଗନେବେ। ପ୍ରାୟ ଅଶୀ ହଜାର ଦର୍ଶକ ଏହି କାର୍ୟ୍ୟକ୍ରମ ଉପଭୋଗ କରିବେ। ରଜନୀକାନ୍ତ, କମଲ ହସନ, ବିଜୟ, ବିଜୟକାନ୍ତଙ୍କ ଭଳି ଦକ୍ଷିଣୀ ସୁପର୍‌-ଷ୍ଟାର୍‌ମାନେ ମଧ୍ୟ ଏହି ଉତ୍ସବରେ ଯୋଗଦେବେ। ଫିଲ୍ମ କଳାକାରଙ୍କ ମଧ୍ୟରେ ଏକ ଫୁଟ୍‌ବଲ୍‌ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଦର୍ଶକ ଟିକେଟ୍‌ କାଟି ଏସବୁ କାର୍ୟ୍ୟକ୍ରମ ଉପଭୋଗ କରିବେ। ଏ ବାବଦକୁ ଯେଉଁ ଅର୍ଥ ମିଳିବ, ତାହା ବିଭିନ୍ନ ଜନକଲ୍ୟାଣମୂଳକ କାର୍ୟ୍ୟରେ ଲଗାଯିବ। ଗତ ବର୍ଷ ‘ଭୂମି’ ଓ ‘ଦ ଲିଜେଣ୍ଡ୍‌ ଅଫ୍‌ ମାଇକେଲ୍‌ ମିଶ୍ରା’ରେ ଅଦିତି ଦେଖିବାକୁ ମିଳିଥିଲେ। ଏ ବର୍ଷ ‘ପଦ୍ମାବତ୍‌’ରେ ଦେଖିବାକୁ ମିଳିବେ। ଏହା ଛଡ଼ା ତାଙ୍କ ହାତରେ ଅଛି ‘ଦାସ ଦେବ’।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More