Only for Entertainment

‘ମିଶନ ମଙ୍ଗଳ’ ଏବଂ ‘କଳଙ୍କ’ ପରେ ‘ଦବଙ୍ଗ-୩’ର ସୁଟିଂ ଆରମ୍ଭ କରିବେ ସୋନାକ୍ଷୀ ସିହ୍ନା, କଲେ କନଫର୍ମ ।

e24
24

ସଲମାନ ଖାନ ଏବଂ ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଫିଲ୍ମକୁ ତାଙ୍କ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଏବେ ଫିଲ୍ମକୁ ନେଇ ଏ କ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଆସନ୍ତା ଏପ୍ରିଲ୍ ମାସରୁ ଆରମ୍ଭ ହେବ ଦବାଙ୍ଗ – ଥ୍ରୀର ସୁଟିଂ । ଆଉ ଏହି କଥାକୁ କନ୍ଫର୍ମ କରିଛନ୍ତି ଅଭିନେତା ତଥା ପ୍ରଯୋଜକ ଅରବାଜ୍ ଖାନ୍ । ଆଉ ଏହି ସିନେମାରେ ନାୟିକା ଭାବେ ନଜର ଆସିବେ ସୋନାକ୍ଷୀ । ଯାହାକୁ ସ୍ୱିକାର କରିଛନ୍ତି ନିଜେ ସୋନାକ୍ଷୀ । ଏକ ମାଗାଜିନକୁ ଇଂଟରଭ୍ୟୁ ଦେବାକୁ ଯାଇ ଅଭିନେତା ଅରବାଜ୍ ଖାନ୍ କହିଛନ୍ତି, – ‘ଦବାଙ୍ଗ – ଥ୍ରୀର ସୁଟିଂ ଏପ୍ରିଲ୍ ମାସରୁ ଆରମ୍ଭ ହେଉଛି । ହେଲେ ଏପର୍ଯ୍ୟନ୍ତ ସୁଟିଂ ପାଇଁ ଲୋକେସନ୍ ସ୍ଥିର ହୋଇ ନାହିଁ’ । କେବଳ ଏତିକି ଫିଲ୍ମରେ ମୁଖ୍ୟ ଭୂମିକାରେ ସଲମାନ୍ ଅଭିନୟ କରିବେ । ଆଉ ଏହି ସିନେମାର ନିର୍ଦ୍ଦେଶନା ଦେବେ ପ୍ରଭୁ ଦେବା ।

କହିରଖୁଛୁ ଯେ, ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ନିଜର ଆଗାମୀ ଦୁଇଟି ଫିଲ୍ମ ମିଶନ ମଙ୍ଗଳ ଏବଂ କଳଙ୍କର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଦୁଇଟି ଫିଲ୍ମର ସୁଟିଂ ଶେଷ କରିବା ପରେ ସେ ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ-୩’ର ସୁଟିଂ ଆରମ୍ଭ କରିବେ । ଏହି ଫିଲ୍ମ ଜରିଆରେ ପୁଣିଥରେ ସଲମାନ ଖାନ ଏବଂ ସୋନାକ୍ଷୀ ସିହ୍ନାଙ୍କ ଯୋଡିକୁ ପରଦାରେ ଦେଖିବାକୁ ମିଳିବ । ଆଶା କରାଯାଉଛି ଯେ, ଦବଙ୍ଗର ପୂର୍ବ ଦୁଇଟି ଫିଲ୍ମ ପରି ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More