Only for Entertainment

ଜାଣନ୍ତୁ କପିଲ ଶର୍ମାଙ୍କ ଶୋ’ରେ ପହଂଚି ପ୍ରମୋଶନ ସମୟରେ କାହିଁକି ଏକ କୋଟି ଟଙ୍କା ଦେଲେ ଅଜୟ ଦେବଗନ ।

amarujala
28

ଏବେ ପ୍ରସିଦ୍ଧ କମେଡ଼ିଆନ କପିଲ ଶର୍ମାଙ୍କ ଶୋ ଖୁବ ଭଲ ଚାଲିଛି । ଫିଲ୍ମ ଷ୍ଟାରମାନେ ପ୍ରମୋଶନ ପାଇଁ ଶୋ’ରେ ପହଂଚୁଛନ୍ତି । ନିକଟରେ ଅଜୟ ଦେବଗନ ମଧ୍ୟ ଫିଲ୍ମ ଟୋଟାଲ ଧମାଲର ପ୍ରମୋଶନ ପାଇଁ ଦ କପିଲ ଶର୍ମା ସେଟରେ ପହଂଚିଥିଲେ । ସେଠାରେ ସେ ପ୍ରମୋଶନ ପାଇଁ ଶୋ’କୁ ଏକ କୋଟି ଟଙ୍କା ଦେଇଛନ୍ତି । ଆସନ୍ତୁ ଜାଣିବା କାରଣ ।

ଏହିଥର ଶୋ’ରେ ପୂର୍ବଥର ଅପେକ୍ଷା ଖୁବ ପରିବର୍ତ୍ତନ କରାଯାଇଛି । ଗୋବିନ୍ଦାଙ୍କ ଭଣଜା କୃଷ୍ଣା ଲେଡି ସପ୍ନା ଭାବରେ ନଜର ଆସୁଛନ୍ତି । ଏହି ଚରିତ୍ରକୁ ଏବଂ କୃଷ୍ଣାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଶୋ’ର ଥିମ ଅନୁସାରେ ସପ୍ନା କିଛି ନା କିଛି ବିକ୍ରି କରନ୍ତି । ଏହିଥର ମଧ୍ୟ ସେ ଟୋଟାଲ ଧମାଲ ଟିମ ସହିତ କିଛି ଡିଲ କରିଛନ୍ତି ।

ବାସ୍ତବରେ ସପ୍ନା କିଛି ଶାଲ ବିକ୍ରି କରୁଥିଲେ, ଯେଉଁଥିରୁ ଅଜୟଙ୍କୁ ଗୋଟିଏ ଶାଲ ପସନ୍ଦ ଆସିଗଲା ଏବଂ ସେ ଶାଲ କିଣିଲେ, କିନ୍ତୁ ତାହାର ମୂଲ୍ୟ ଥିଲା ୧ କୋଟି । ଯାହାପରେ ଅଜୟ ୧ କୋଟିର ବ୍ୟାଗ ସପ୍ନାଙ୍କୁ ଧରାଇଦେଲେ । ତେବେ ସେଥିରେ ୧ କୋଟି ଅଛି କି ନାହିଁ ତାହା ଏପିସୋଡ ଦେଖିବା ପରେ ଜଣାପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More