Only for Entertainment

‘ସୂର୍ଯ୍ୟବଂଶୀ’ ସେଟରେ ଅକ୍ଷୟ କୁମାରଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ, ଆଗାମୀ ବର୍ଷ ଇଦରେ ରିଲିଜ ହେବ ଫିଲ୍ମ

insta pic of akshya kumar
35

ବଲିଉଡ୍ ଖିଲାଡି କୁମାର୍ ଅକ୍ଷୟ ଏବେ ନିଜ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ସୁଟିଂ ଏବେ ବ୍ୟାଙ୍କକକ୍ ଠାରେ କରାଯାଉଛି । ନିର୍ଦ୍ଦେଶକ ରୋହିତ୍ ସେଟ୍ଟିଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବାକୁ ଫିଲ୍ମରେ ଅକ୍ଷୟ କୁମାରଙ୍କ ଜବରଦସ୍ତ ଆକ୍ସନ୍ ଆଉ ଷ୍ଟଂଟ୍ ଦେଖିବାକୁ ମିଳିବ ।

ନିକଟରେ ତାଙ୍କ ବାଇକ୍ ଷ୍ଟଂଟର ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିବା ବେଳେ ଏବେ ଆଉ ଏକ ଫଟୋ ସୋସିଆଲ ମିଡିଆରେ ଛାଇ ରହିଛି । ଅଭିନେତା ଅକ୍ଷୟ କୁମାର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ହେଲିକାପ୍ଟରରୁ ଲଟକି ଥିବାର ନଜର ଆସିଛନ୍ତି । ଏହା ସହିତ ଫଟୋରେ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ଖୁବ ଜୋରରେ ବାଇକ ଚଲାଉଥିବାର ଦେଖିବାକୁ ମିଳିଛି ।

 

ଫଟୋ ସେୟାର କରି ଅକ୍ଷୟ କ୍ୟାପସନରେ ଲେଖିଥିଲେ, ‘ସୂର୍ଯ୍ୟବଂଶୀ’ ସେଟରେ ଆଉ ଗୋଟିଏ ଦିନ । ଏହା ସହିତ ଏହି ଷ୍ଟଣ୍ଟକୁ କେହି ନ କରିବା ପାଇଁ ପରାମ ର୍ଶ ଦେଇଥିଲେ । କାରଣ ଏହି ଷ୍ଟଣ୍ଟ ଗୁଡିକ ଏକ୍ସପର୍ଟଙ୍କ ଉପସ୍ଥିତିରେ କରାଯାଇଥାଏ ।

ସିନେମାରେ ବିର୍ ସୂର୍ଯ୍ୟବଂଶୀ ଚରିତ୍ରରେ ନଜର ଆସିବେ ଖିଲାଡି କୁମାର । ଯିଏ କି ଆଂଟି ଟେରୋରିଷ୍ଟ ସ୍ୱାର୍ଡର ଅଫିସର୍ ଭାବେ ନଜର ଆସିବେ । ଏହାଛଡା ସିନେମାରେ ସିମ୍ବା ମାନେ ରଣବିର୍ ସିଂ ଓ ସିଙ୍ଘମ୍ ମାନେ ଅଜୟ ଦେବଗନଙ୍କ ସ୍ପେଶାଲ୍ ଆପିୟରାନ୍ସ ବି ଦେଖିବାକୁ ମିଳିବ । କରଣ ଜୋହରଙ୍କ ଦ୍ୱାରା ପ୍ରଯୋଜିତ ହେଉଥିବା ଏହି ସିନେମାରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ । ସିନେମାର ସୁଟିଂ ଏବେ ଜୋର୍ ସୋରରେ ଆଗେଇ ଚାଲିଥିବାବେଳେ, ଆସନ୍ତା ବର୍ଷ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More