Only for Entertainment

‘ବର୍ଫ’ରେ ପ୍ରଥମଥର ସ୍କ୍ରିନ ସେୟାର କରିବେ ଅମିତାଭ ବଚ୍ଚନ-ଇମରାନ ହାସମୀ, ଜଜ୍ ଭୂମିକାରେ ନଜର ଆସିବେ ଅମିତାଭ

The Indian Wire
27

ଅମିତାଭ ବଚ୍ଚନ ଏବେ ଫିଲ୍ମ ‘ବଦଲା’ ଜରିଆରେ ବକ୍ସ ଅଫିସରେ ଧମାଲ କରୁଛନ୍ତି । ସୁୟୋଜ ଘୋଷଙ୍କ ଦ୍ୱାରା ନିର୍ଦ୍ଦେଶିତ ଅଂହି ଫିଲ୍ମରେ ଅମିତାଭ ବଚ୍ଚ ନଙ୍କ ସହିତ ତାପସୀ ପନ୍ନୁ ନଜର ଆସିଥିଲେ । ଫିଲ୍ମରେ ଅମିତାଭ ଓକିଲ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ପ୍ରଥମ ଦିନରେ ୫ କୋଟି ଆୟ କରିବାରେ ସଫଳ ହୋଇପାରିଛି । ଏବେ ଅମିତାଭ ବଚ୍ଚନଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଅମିତାଭଙ୍କ ହାତରେ ଆଉ ଏକ ବଡ ପ୍ରୋଜେକ୍ଟ ଲାଗିଛି ।

amitabh

ଏକ ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ଅମିତାଭ ଏକ ଜଜ ଭୂମିକାରେ ନଜର ଆସିବେ । ଏହା ଏକ କେର୍ଟ ରୁମ ଡ୍ରାମ ଫିଲ୍ମ ହେବ । ଏହି ଫିଲ୍ମର ନାମ ରଖାଯାଇଛି ‘ବର୍ଫ’ । ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇବେ ରୁମି ଜାଫରୀ ।

କହିରଖୁଛୁ ଯେ, ଫିଲ୍ମରେ ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନ ଏବଂ ଇମରାନ ହାସମୀ ସ୍କ୍ରିନ ସେୟାର କରିବେ । ଇମରାନ ଏବଂ ଅମିତାଭଙ୍କ ବ୍ୟତିତ ଫିଲ୍ମରେ ଅନ୍ନୁ କପୁର ଏବଂ ସୌରଭ ଶୁକ୍ଲା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମରେ ସୁଟିଂ ମଇ ମାସରୁ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More