Only for Entertainment

ପୁଲୱାମା ଆକ୍ରମଣରେ ଶହୀଦଙ୍କ ପରିବାରକୁ ୨ କୋଟି ୫୦ ଲକ୍ଷର ସହାୟତା କଲେ ବିଗ ବି ଅମିତାଭ ବଚ୍ଚନ ।

aajatk
36

ଜମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିବା ଆକ୍ରମଣରେ ସିଆରପିଏଫର ୪୦ ଜୱାନ ଶହୀଦ ହୋଇଛନ୍ତି । ଏହି ନିନ୍ଦନୀୟ ଘଟଣା ପରେ ସାରା ଦେଶର ଲୋକ କ୍ରୋଧ ଜର୍ଜରିତ ହୋଇ ଅଛନ୍ତି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କଳାକାରଙ୍କ ପର୍ଯ୍ୟନ୍ତ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ତରଫରୁ ଶହୀଦ ମାନଙ୍କ ପରିବାରରୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ମିଳିଛି । ଓଡ଼ିଶା ସରକାର ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଦେବା ପାଇଁ ଘୋଷଣା କରିଥିଲେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ୨୫ ଲକ୍ଷକୁ ବର୍ଦ୍ଧିତ କରିଛନ୍ତି ।

ପୁଲୱାମାରେ ଶହୀଦଙ୍କ ପରିବାରକୁ ୨ କୋଟି ୪୫ ଲକ୍ଷର ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି ବଲିଉଡ କଳାକାର ଅମିତାଭ ବଚ୍ଚନ । ମିଡିଆ ରିପୋର୍ଟ ଅନୁସାରେ ଅମିତାଭଙ୍କ ଟିମ ଏହି ସମ୍ବଦ୍ଧରେ ଯୋଗାଯୋଗରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More