Only for Entertainment

ଗଲିବୟ ଦେଖି ରଣବୀରଙ୍କ ନୁହେଁ, ଏହି ଅଭିନେତାଙ୍କ ଦିୱାନା ହେଲେ ବିଗ ବି , ପଠାଇଲେ ଉପହାର !

27

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଆଲିୟା ଭଟ୍ଟ ଷ୍ଟାରର ଫିଲ୍ମ ଗଲିବୟ ୧୦୦କୋଟି ଅଙ୍କ ପାର କାରିସାରିଲାଣି । ଏବେ ମଧ୍ୟ ଲୋକମାନେ ରଣବୀରଙ୍କ ଦିୱାନା ହୋଇ ଫିଲ୍ମ ଦେଖିବାକୁ ଯାଉଛନ୍ତି ।

ସେହିଭଳି ଫିଲ୍ମରେ ଏମସି ଶେରଙ୍କ ଭୂମିକା ତୁଲାଇଥିବା କଳାକାର ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଅଭିନୟରେ କେବଳ ଦର୍ଶକ ନୁହଁନ୍ତି ବରଂ ଅନେକ ଷ୍ଟାର ମଧ୍ୟ ପସନ୍ଦ କରିଛନ୍ତି । ନିକଟରେ ଅମିତାଭ ବଚ୍ଚନ ମଧ୍ୟ ସିଦ୍ଧାନ୍ତଙ୍କ ଅଭିନୟରେ ଇମ୍ପ୍ରେସ ହୋଇ ତାଙ୍କ ପାଇଁ ଉପହାର ପଠାଇଛନ୍ତି । ଯାହାକୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସିଦ୍ଧାନ୍ତ ଏହି ଉପହାରକୁ ଗ୍ରହଣ କରି ଏକ ଫଟୋ ଶେୟାର କରି ବିଗବି ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହା ପ୍ରଥମ ଥର ନୁହେଁ ଅମିତାଭ ବଚ୍ଚନ କୌଣସି ଅଭିନେତାଙ୍କୁ ଏଭଳି ପ୍ରଶଂସା କରିଛନ୍ତି । ବିଗ ବି ଏହା ପୂର୍ବରୁ ପଦ୍ମାବତ’ଙ୍କ ପାଇଁ ରଣବୀର ସିଂ, ମନମର୍ଜିୟାଁର ବିକ୍କି କୌଶଲଙ୍କ ସହ ଅନେକ କଳାକାରଙ୍କୁ ସେ ଫୁଲ୍ତୋଡା ପଠାଇଛନ୍ତି ।
ସିଦ୍ଧାନ୍ତଙ୍କ ବିଷୟରେ କହିବାକୁ ଗଲେ ସେ ନିଜ କ୍ୟାରିଅର ଏକ ୱେବ ସିରିଜ ଲାଇଫ ସହି ହେ ଏବଂ ଇନସାଇଡ ଏଜ’ରୁଆରମ୍ଭ କରିଥିଲେ । ଗଲିବୟ ବିଷୟରେ କହିବାକୁ ଗଲେ ଫିଲ୍ମ ବକ୍ସ ଅଫିସରେ ୧୦୦କୋଟି ପାର କରିସାରିଲାଣି । ଏହି ଫିଲ୍ମର ନିଦ୍ଦେଶନା ଭାର ତୁଲାଇଛନ୍ତି ଜୋୟା ଅଖତର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More