Only for Entertainment

‘ଦଶ କା ଦମ’ ସେଟରେ ଭାବୁକ ହେଲେ ଅନୀଲ କପୁର, ସମସ୍ତଙ୍କ ସମ୍ନାରେ ମାଗିଲେ କ୍ଷମା

Masala
0 42

ଜୁନ ୧୫ରେ ରିଲିଜ ହେବାକୁ ଥିବା ‘ରେସ-୩’ର ପୁରା ଟିମ ଏବେ ଫିଲ୍ମର ପ୍ରମୋସନରେ ଲାଗିପଡିଛନ୍ତି । ନିକଟରେ ଫିଲ୍ମର ଷ୍ଟାର ଅନୀଲ କପୁରଙ୍କ ସମେତ ବାକି ଷ୍ଟାର ବଲିଉଡ ଅଭିନେତା ସଲମାନ ଖାନଙ୍କ ଟିଭି ଶୋ’ ଦଶ କା ଦମରେ ପହଁଚିଥିଲେ । ଶୋ’ରେ ସଲମାନ ଏକ ପ୍ରଶ୍ନ କରିଥିଲେ ଯାହା ସମସ୍ତଙ୍କୁ ଭାବୁକ କରିଦେଇଥିଲା । ଖାସ କରି ଅନୀଲ କପୁରଙ୍କୁ । ଏହା ସହିତ ଅନୀଲ ସମସ୍ତଙ୍କ ସାମ୍ନାରେ କ୍ଷମା ମଧ୍ୟ ମାଗିଥିଲେ । ଆପଣ ଭାବୁଥିବେ ଏପରି କ’ଣ ପ୍ରଶ୍ନ କଲେ କି ଦବଙ୍ଗ ଖାନ ଯେ ଅନୀଲ କପୁରଙ୍କୁ କ୍ଷମା ମାଗିବାକୁ ପଡିଲା ।

ଖବର ଅନୁସାରେ ସଲମାନ ଶୋ’ରେ ପ୍ରଶ୍ନ କରିଥିଲେ କେତେ ପ୍ରତିଶତ ଭାରତୀୟ ଦିନରେ ଗୋଟିଏ ଥର ନିଜ ମା’ଙ୍କୁ ଫୋନ କରିଥାନ୍ତି । ଏହି ପ୍ରଶ୍ନ ଶୁଣି ଅନୀଲ କପୁର ଇମୋସନାଲ ହୋଇଯାଇଥିଲେ । ଏହା ସହିତ ସେ କହିଥିଲେ ‘ମୁଁ ଚାହିଁ ମଧ୍ୟ ମୋ ମା’ଙ୍କୁ ଅଧିକ ସମୟ ଦେଇପାରୁ ନାହିଁ ।’ ଏହା କହି ସେ ଦିନରେ ଗୋଟିଏ ଥର ମା’ଙ୍କୁ କଲ କରିପାରୁନଥିବାରୁ ସମସ୍ତଙ୍କ ସାମ୍ନାରେ କ୍ଷମା ମାଗିଥିଲେ ।

ଏହା ସହିତ ସେ ମିଡ ଡେ’କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ମୋ ପତ୍ନୀ ସବୁବେଳେ ମା’ଙ୍କୁ ଫୋନ କରିବା ପାଇଁ କହିଥାନ୍ତି । ମୁଁ ଟିଭିରେ କ୍ଷମା ମାଗିଲି କାରଣ ମା’ଙ୍କୁ ଆମେ ଯେତେ ଭଲ ପାଉ ତାହାକୁ ପ୍ରକାଶ କରିପାରିନଥାଉ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More