Only for Entertainment

ତାମିଲନାଡୁର ଅନୁକୃତି ବାସ ଜିତିଲେ ମିସ ଇଣ୍ଡିଆର ଟାଇଟଲ , ମିସ ୱାର୍ଲ୍ଡ ମାନୁଷୀ ଛିଲର ପିନ୍ଧାଇଲେ ମୁକୁଟ ।

zeenews
0 45

ଫେମିନା ମିସ ଇଣ୍ଡିଆ ୨୦୧୮ର ରିଜଲ୍ଟ ଅପେକ୍ଷା କରିଥିବା ଦର୍ଶକଙ୍କର ଅପେକ୍ଷାର ପରିସମାପ୍ତି ଘଟିଛି । ମିସ ଇଣ୍ଡିଆ ୨୦୧୮ ତାମିଲନାଡୁର ଅନୁକୃତି ବାସ ହାସଲ କରିଛନ୍ତି । ଅନୁକୃତି ୨୦ପ୍ରତିଯୋଗୀଙ୍କୁ ହରାଇ ଏହି ଟ୍ୟାଗ ଜିତି ପାରିଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗୀତାରେ ମିସ ୱାର୍ଲ୍ଡ ମାନୁଷୀ ଛିଲର ଅନୁକୃତିଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି ।

ମୁମ୍ବାଇରେ ଆୟୋଜିତ ଏହି ପ୍ରତିଯୋଗୀତାରେ ହରିୟାଣା ବାସିନ୍ଦା ମୀନାକ୍ଷୀ ଚୌଧୁରୀ ପ୍ରଥମ ରନର୍ସ ଅପ ହୋଇଥିଲେ ଏବଂ ସେକେଣ୍ଡ ରନର୍ସଅପ ଆନ୍ଧ୍ରପ୍ରଦେଶରେ ରହୁଥିବା ଶ୍ରେୟା ରାଓ ହୋଇଛନ୍ତି । ସେହିଭଳି ଦିଲ୍ଲୀରେ ରହୁଥିବା ଗାୟତ୍ରୀ ଭରଦ୍ୱାଜ ଏବଂ ଝାଡଖଣ୍ଡର ସ୍ଟେଫି ପଟେଲ ଟପ ୫ରେ ସାମିଲ ହୋଇଥିଲେ । ଅନୁକୃତି ପେଶାରେ ଜଣେ ଖେଳାଳୀ ଏବଂ ଡାନ୍ସର ଅଟନ୍ତି । ଅନୁକୃତି ତାଙ୍କ ମାଁଙ୍କ ସ୍ୱପ୍ନ ପୂରଣ କରିବା ଲାଗି ଫ୍ରେଂଚରେ ବିଏ କରୁଛନ୍ତି । ଅନୁକୃତି ବାଇକ ଚଳାଇବା ପସନ୍ଦ କରନ୍ତି ଏବଂ ସୁପର ମଡେଲ ହେବା ଲାଗି ଚାହାନ୍ତି ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ପ୍ରତିଯୋଗୀତାରେ ଜଜ୍ ପ୍ୟାନେଲରେ ବଲିଉଡ ଅଭିନେତ୍ରୀ ମଲାଇବା ଅରୋରା, ଅଭିନେତା ବବି ଦେଓଲ, କୁନାଲ କପୁର, କ୍ରିକେଟର ଇରଫାନ ପଠାନ ଏବଂ କେଏଲ ରାହୁଲ ସାମିଲ ଥିଲେ । ଏହାବ୍ୟତୀତ ୨୦୧୭ରେ ମିସ ୱାର୍ଲ୍ଡ ଜିତିଥିବା ମାନୁଷୀ ଛିଲର ମଧ୍ୟ ସାମିଲ ଥିଲେ । ଏଠାରେ ଆମେ କହି ରଖୁଛୁ ଯେ ୨୦୧୮ରେ ହେବାକୁ ଥିବା ମିସ ୱାର୍ଲ୍ଡ ପ୍ରତିଯୋଗିତାରେ ଅନୁକୃତି ଭାରତକୁ ପ୍ରତିନିଧିତ୍ୱ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More