ବଲିଉଡ୍ ଅଭିନେତା ଅର୍ଜୁନ କପୁର ତାଙ୍କଠାରୁ ଯଥେଷ୍ଟ ବଡ଼ ମଲାଇକା ଅରୋରାଙ୍କୁ ଅନେକ ଦିନ ହେବ ଡେଟ୍ କରୁଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ଏବେ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏପ୍ରିଲ୍ ୧୯ ତାରିଖରେ ଉଭୟ ଉଭୟଙ୍କୁ ବିବାହ କରୁଛନ୍ତି। ତେବେ ଏ ନେଇ ଜଣେ ରିପୋର୍ଟର ଯେବେ ମଲାଇକାଙ୍କ ସ୍ୱାମୀ ଅର୍ବାଜ ଖାନଙ୍କୁ ପ୍ରଶ୍ନ କରିଥିଲେ ତାହାର ଏକଦମ ମଜାକିଆ ଉତ୍ତର ଦେଇଥିଲେ ଅରବାଜ। ମଲାଇକା ଓ ଅର୍ଜୁନ କପୁରଙ୍କ ସଂପର୍କ ନେଇ ଅରବାଜଙ୍କୁ ରିପୋର୍ଟର ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ‘ପାଜି, ବହୁତ ବୁଦ୍ଧିମାନର ପ୍ରଶ୍ନ ପଚାରିଲ। ବହୁତ ପରିଶ୍ରମ କରିଥିବ। ପୂରା ରାତି ଆପଣ ଏହି ପ୍ରଶ୍ନ ଉପରେ ବସିଥିବେ।’ ଏକ ବଡ଼ ହସର ସହ ଏପରି ପ୍ରତିକ୍ରିୟା ଦେଇଥିଲେ ଅରବାଜ।
ସେ ପୁଣି ଥରେ କହିଛନ୍ତି କି, ‘ଏପରି ଏକ ପ୍ରଶ୍ନ ପଚାରିବା ପୂର୍ବରୁ ଭାବିବା ପାଇଁ ତୁମେ ଏତେ ସମୟ ନେଲ। ମୋତେ ବି କିଛି ସମୟ ଦିଅ। ମୋତେ ବି ଭାବିବା ପାଇଁ କିଛି ସମୟ ଦରକାର। କାଲି କହିଲେ ଚଳିବ? ବୋଲି ପ୍ରଶ୍ନ କରିଛନ୍ତି ଅରବାଜ।