Only for Entertainment

‘କବୀର ସିଂହ’ ଦେଖିବାକୁ ମନା କଲେ ‘ଅର୍ଜୁନ ରେଡ୍ଡୀ’ ଅଭିନେତା ବିଜୟ! ହେଲେ କାହିଁକି ?

82

ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ‘କବୀର ସିଂହ’ ରିଲିଜ୍‌ ପରେ ବକ୍ସ ଅଫିସରେ ଧମାଲ ମଚାଇଛି । ଏ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ବ୍ରେକ୍‌ କରି ସାରିଛି ଏହି ଫିଲ୍ମ । ତେଲୁଗୁ ଫିଲ୍ମଟି ବ୍ଲକ୍‌ବଷ୍ଟର ହୋଇଥିବା ବେଳେ ଏହାର ହିନ୍ଦୀ ରିମେକ ମଧ୍ୟ ସୁପରହିଟ୍‌ ସାବ୍ୟସ୍ତ ହୋଇଛି । ‘ଅର୍ଜୁନ ରେଡ୍ଡୀ’ ଅଭିନେତା ବିଜୟଙ୍କ ଡେବ୍ୟୁ ଫିଲ୍ମ ଥିବା ବେଳେ ‘କବୀର ସିଂହ’ ରିଲିଜ୍‌ ସମୟରେ ସେ ପୂରା ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ଫିଲ୍ମଟି ସଫଳ ହେଉ ବୋଲି କାମନା କରିଥିଲେ । କିନ୍ତୁ ଏବେ ସେ ଫିଲ୍ମକୁ ଦେଖିବାକୁ ଚାହୁଁ ନଥିବା କହିଛନ୍ତି ।

ଏକ ଇଭେଣ୍ଟରେ ସେ ‘କବୀର ସିଂହ’ ଦେଖିଛନ୍ତି କି ନାହିଁ ବୋଲି ପଚରାଯାଇଥିବା ବେଳେ, “ଶାହିଦ୍‌ ଏ ଫିଲ୍ମ କରିଛନ୍ତି । ସେ ଚରିତ୍ରକୁ ବହୁତ ଭଲ ଭାବରେ ବୁଝିଛନ୍ତି । ଫିଲ୍ମରେ ସେଭଳି କିଛି ନାହିଁ କି, ମୋତେ ତାକୁ ଦେଖିବା ଦରକାର । ମୁଁ କାହାଣୀ ଜାଣିଛି । ମୁଁ ନିଜେ ଏହି ଫିଲ୍ମ କରି ସାରିଛି । ଦ୍ୱିତୀୟ ଥର ମୁଁ ଏ ଫିଲ୍ମ କ’ଣ ପାଇଁ ଦେଖିବି?” ବୋଲି କହିଥିଲେ ଅର୍ଜୁନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More