Only for Entertainment

ନାମିଦାମି କଳାକାରଙ୍କୁ ପଛରେ ପକାଇ ରେକର୍ଡ଼ କଲେ ଆୟୁଷ୍ମାନ, ଏକା ସାଙ୍ଗରେ ୨୦ଟି ବ୍ରାଣ୍ଡ ପ୍ରମୋଶନ କରିବେ

india today
26

ଲଗାତାର ଭାବେ ୭ଟି ହିଟ୍ ଫିଲ୍ମ ଦେଇ ଏବେ ସବୁ ଫିଲ୍ମ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ଅଭିନେତା ଆୟୁଷ୍ମ‌ାନ ଖୁରାନା। ସବୁଠାରୁ ବଡ଼ କଥା ହେଲା, ଆୟୁଷ୍ମାନଙ୍କ ଫିଲ୍ମ ବଡ଼ ବଜେଟର ନ ହୋଇଥିଲେ ମଧ୍ୟ ବକ୍ସ ଅଫିସରେ ତାହା ଅଧିକ ଆୟ କରିଥାଏ। ଲଗାତାର ଅନେକ ବଡ଼ ବଡ଼ କଳାକାରଙ୍କ ରେକର୍ଡ ଭାଙ୍ଗିିବା ପରେ ଏବେ ବିଜ୍ଞାପନ କ୍ଷେତ୍ରରେ ମଧ୍ୟ ସେ ଏକ ନମ୍ବର ହୋଇଛନ୍ତି। ଏକା ସାଙ୍ଗରେ ସେ ୨୦ଟି ବ୍ରାଣ୍ଡର ଆମ୍ବାସାଡାର ବନି ଏବେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି।

 

ସୂଚନା ମୁତାବକ, ୨୦୧୮ ଶେଷ ବେଳକୁ ସେ ୫ଟି ବ୍ରାଣ୍ଡର ଆମ୍ବାସାଡାର ଥିଲେ। କିନ୍ତୁ ୨୦୧୯ ଏବେ ଶେଷ ହେବାକୁ ବସିଥିବା ବେଳେ ବର୍ଷକ ମଧ୍ୟରେ ସେ ସର୍ବମୋଟ ୨୦ଟି ବ୍ରାଣ୍ଡ ପାଇଁ କାମ କରିବା ଆରମ୍ଭ କରିଛନ୍ତି। ଫିଲ୍ମ ଲଗାତାର ହିଟ୍ ହେଉଥିବା ସହ ତାଙ୍କୁ ଗୋଟେ ପରେ ଗୋଟେ ବ୍ରାଣ୍ଡ ସହ କାମ କରିବାର ସୁଯୋଗ ମିଳୁଥିବା ଜଣାପଡ଼ିଛି। ରିିୟଲ ଇଷ୍ଟେଟରୁ ଆରମ୍ଭ କରି ମୋବାଇଲ ପର୍ଯ୍ୟନ୍ତ, ବିଭିନ୍ନ ପୋଷାକର ବ୍ରାଣ୍ଡ ସହ ଘଣ୍ଟା ଓ ଚଷମା ପର୍ଯ୍ୟନ୍ତ, ପ୍ରାୟ ସବୁ ଉତ୍ପାଦ ପାଇଁ ସେ ବ୍ରାଣ୍ଡ ଆମ୍ବାସାଡାର ପାଲଟିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More