Only for Entertainment

ଅସୁବିଧାରେ ଫସିଲା ଆୟୁଷ୍ମାନଙ୍କ ‘ଡ୍ରିମଗର୍ଲ’, ଲାଗିଲା ଏହି ଗମ୍ଭୀର ଆରୋପ, କୋର୍ଟରେ ପହଂଚିଲା ମାମଲା !

40

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମଗର୍ଲ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫିଲ୍ମର ଗୋଟିଏ ଗୀତ ଉପରେ କପିରାଇଟ୍ସ ଉଲଂଘନ କରିଥିବା ଗମ୍ଭୀର ଆରୋପ ଲାଗିଛି । ଡ୍ରିମଗର୍ଲର ଗୀତ ‘ଧାଗାଲା ଲାଗଲୀ’ଉପରେ କପିରାଇଟ ମାମଲା ସାମ୍ନାକୁ ଆସିଛି । ଏହାପରେ ଏହି ଗୀତ ସୋସିଆଲ ପ୍ଲାଟଫର୍ମ ହଟାଇ ଦିଆଯାଇଛି । ଏହି ଗୀତରେ ଆୟୁଷ୍ମାନ ଖୁରାନା, ନୁସରତ ଭରୁଚା ଏବଂ ରିତେଶ ଦେଶମୁଖ ଏକାସହ ଗଣପତି ବିସର୍ଜନ ଉତ୍ସବ ପାଳନ କରି ଡାନ୍ସ କରୁଥିବାର ନଜର ଆସିଥିଲେ ।

ଫିଲ୍ମ ଡ୍ରିମ ଗର୍ଲ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । ଆୟୁଷ୍ମାନ ନିଭ ଅଭିନୟରେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଧାଗାଲା ଲାଗଲୀ’ ଗୀତ ଏବେ ପର୍ଯ୍ୟନ୍ତ ୟୁଟ୍ୟୁବରେ ଏକ ମିଲିଅନ ଲୋକଙ୍କ ଦ୍ୱାରା ଦେଖାଯାଇସାରିଲାଣି । ଏହି ଗୀତ ସୋସିଆଲ ମିଡିଆରେ ଖୁବ ଟ୍ରେଣ୍ଡ କରିବାରେ ଲାଗିଛି । ସାରେଗାମା ଇଣ୍ଡିଆ ପାଖରେ ଓରିଜିନାଲ ଗୀତର ରାଇଟ୍ସ ଅଛି । ସାରେଗାମା ଇଣ୍ଡିଆ କୋର୍ଟରେ ପିଟିସନ ଫାଇଲ କରିଥିଲେ । ଏହାପରେ ଜଜ ରାଜୀବ ସହାୟ ଏଣ୍ଡଲୋ ନିଜ ନିଷ୍ପତିରେ କହିଥିଲେ ଯେ ଏହି ଗୀତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇ ଦିଆଯାଉ ।

ଏଠାରେ ଆମେ କହି ରଖୁଛୁ ଯେ ଡ୍ରିମଗର୍ଲ’ ର ‘ଧାଗାଲା ଲାଗଲୀ’ ଗୀତ ମରାଠୀ ଅଭିନେତା ଦାଦା କୋଣ୍ଡକେଙ୍କ ଫିଲ୍ମ ଏହି ନାଁରେ ପପୁଲାର ଗୀତ ରିମିକ୍ସ ଅଟେ । ଏହି ଗୀତ ଏବେ ୟୁଟ୍ୟୁବର କିଛି ଚ୍ୟାନେଲରେ ହିଁ ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More