Only for Entertainment

ଆଜି ରିଲିଜ ବଦଲା,ଦର୍ଶକ କହିଲେ ମାଷ୍ଟର ଷ୍ଟୋରୀ ।

31

ଅମିତାଭ ବଚ୍ଚନ ଏବଂ ତାପସୀ ପନ୍ନୁ ଷ୍ଟାରର ଫିଲ୍ମ ବଦଲା ଆଜି ଶୁକ୍ରବାରକୁ ସିନେମା ଘରେ ରିଲିଜ ହୋଇ ସାରିଛି । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ସୁଜୟ ଘୋଷ । ଫିଲ୍ମକୁ ପ୍ରଡ୍ୟୁସ କରିଛି ଶାହାରୁଖ ଖାନଙ୍କ ପ୍ରଡକ୍ସନ ହାଉସ ରେଡ ଚିଲି ଏଂଟରଟେନମେଂଟ । ଏହି ସସପେନ୍ସ ଥ୍ରିଲର ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ମଧ୍ୟ ଖୁବ ରେସପନ୍ସ ମିଳୁଛି ।

ପୂର୍ବରୁ ଶାହାରୁଖ ଓ ଅମିତାଭ ବଚ୍ଚନ ଗୁଡ଼ାଏ ଚଳଚ୍ଚିତ୍ରରେ ସାଙ୍ଗ ହୋଇ କାମ କରିଥିଲେ ବି ଗତ ଏକ ଦଶନ୍ଧି ମଧ୍ୟରେ ସେମାନେ ଗୋଟାଏ ବି ଚଳଚ୍ଚିତ୍ରରେ ସାଥୀ ହୋଇ କାମ କରିନାହାନ୍ତି।

ଚଳଚ୍ଚିତ୍ରର କାହାଣୀଟି ଅତି ରୋମଞ୍ଚକର। ଏକ ଝିଅ ମୃତ୍ୟୁକୁ ନେଇ କୋର୍ଟ ମାମଲା ଚାଲୁଥିବା ବେଳେ ଓକିଲ ଭୂମିକାରେ ନଜର ଆସିଛନ୍ତି ଅଭିତାଭ ବଚ୍ଚନ। କିପରି ଭାବେ ଜଣେ ନିରୀହ ଝିଅର ମୃତ୍ୟୁର ପ୍ରତିଶୋଧ ପୂରା ହୋଇଛି ତାହା ଚଳଚ୍ଚିତ୍ରଟି ଦେଖିବା ପରେ ଜଣାପଡ଼ିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More