Only for Entertainment

ଶେଷ ହେଲା ବିଗବସ୧୨ ସିଜନ, ଟ୍ରଫି ଜିତିଲେ ଦୀପିକା କକ୍କର !

41

ବିବାଦୀୟ ସୋ ବିଗବସ୧୨ ଶେଷ ହୋଇଯାଇଛି । ଫାଇନାଲରେ ରହିଥିଲେ ଦୀପକ ଠାକୁର, ଦୀପିକା କକ୍କର ଏବଂ ଶ୍ରୀଶନ୍ତ । ଏହାପରେ ତାଙ୍କ ସାମ୍ନାରେ ୨ଟି ସର୍ତ୍ତ ରଖାଯାଇଥିଲା ଯେ ଟଙ୍କା ବ୍ୟାଗ ନେବେ ଯେଉଁଥିରେ ୨୦ଲକ୍ଷ ଟଙ୍କା ଥିଲା କିମ୍ବା ଖେଳ ପାଇଁ ଆଗକୁ ବଢ଼ିବେ । ଏହି ସର୍ତ ରେ ରାଜି ହୋଇ ଦୀପକ ଟଙ୍କା ବ୍ୟାଗ ନେବାକୁ ଉଚିତ ମନେ କରିଥିଲେ । ଏହା ପରେ ଶେଷକୁ ରହିଯାଇଥିଲେ ଶ୍ରୀସନ୍ତ ଏବଂ ଦୀପିକା ।

ସମସ୍ତଙ୍କୁ ବିଶ୍ୱାସ ଥିଲା ଯେ ଶ୍ରୀଶନ୍ତ ଜିତିବେ ବିଗବସ୧୨ ଟ୍ରଫି । ମାତ୍ର ଶେଷ ସମୟରେ ଏଭଳି ଦେଖିବାକୁ ମିଳିଛି ଯେ ବିଗବସ ସିଜନ୧୨ର ଟ୍ରଫି ହାତେଇଲେ ଦୀପିକା । ତେବେ ଦୀପିକା ସାଜିଲେ ବିଗବସ୧୨ ସିଜନର ବିଜେତା।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଦୀପିକା ସୋ ଜିତୁଛନ୍ତି ବୋଲି ସୋସିଆଲ ମିଡିଆରେ ଆଗରୁ ହିଁ ଖବର ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More