Only for Entertainment

ଏଲିମିନେଟ ପରେ ନେହା ପେଣ୍ଡସେ ଦୀପିକା କକ୍କଡଙ୍କୁ ଭଲ ଭାବେ ଗେମ ଖେଳିବାକୁ ପରାମର୍ଶ ଦେଲେ !

BOLLYWOODLIFE
31

ଏକ ରିପୋର୍ଟ ମୁତାବକ ଏଥର ୱିକେଣ୍ଡ କେ ବାରରେ ନେହା ପେଣ୍ଡସେ ଘରୁ ବାହାରି ଯିବେ । ସେ ଦର୍ଶକ ମାନଙ୍କ ଠାରୁ ଖୁବ କମ ଭଲ ପାଇବା ପାଇଥିବାରୁ ତାଙ୍କୁ ଘରୁ ବାହାରିବାକୁ ପଡୁଛି ।

ଯଦି ଶୋ’ରୁ ଆସୁଥିବା ତାଜା ଖବର ବିଷୟରେ ଆମେ କହିବା ତେବେ ନେହା ଘରୁ ବାହାରକୁ ଆସି ସଲମାନଙ୍କୁ ଦେଖା କରିବେ ଏବଂ ତାଙ୍କ ସହ କିଛି କଥା ହେବେ । ସଲମାନ ଖାନ ତାଙ୍କୁ କହିବେ ଘରେ ତାଙ୍କର କଣ କଣ ଭୂଲ ହୋଇଛି, ଯାହା ତାଙ୍କୁ କରିବାର ନଥିଲା ।

ଯେତେବେଳେ ସଲମାନ ତାଙ୍କୁ ବିଗବସ ହାଉସ ବନ୍ଧୁ ମାନଙ୍କ ସହ କଥା ହେବା ଲାଗି କହିବେ , ନେହା ତାଙ୍କ ବନ୍ଧୁ ଦୀପିକା କକ୍କଡଙ୍କୁ ଖାସ କଥା କହିବେ । ବିଗବସ୧୨ର ତାଜା ଖବର ଦେଉଥିବା ଟ୍ୱିଟର ହ୍ୟାଣ୍ଡେଲର ଖବରକୁ ଯଦି ଦେଖାଯାଏ ତେବେ ନେହା ଷ୍ଟେଜରେ ଛିଡା ହୋଇ ଦୀପିକାଙ୍କୁ ଭଲ ଭାବେ ଗେମ ଖେଳିବା ଲାଗି କହିବେ ।

ଏଠାରେ ଆମେ କହି ରଖୁଛୁ ଯେ ନେହା ଯେତେବେଳେ ବିଗବସ ହାଉସରେ ଏଂଟ୍ରି କରିଥିଲେ ସମସ୍ତେ ତାଙ୍କୁ ମଜଭୂତ ପ୍ରତିଯୋଗୀ ବୋଲି ମନେ କରୁଥିଲେ । ମାତ୍ର କିଛି ଦିନ ପରେ ଘରେ ତାଙ୍କର ଗୁରୁତ୍ୱ ଦେଖିବାକୁ ମିଳି ନଥିଲା । ତେବେ ନେହାଙ୍କ ଏଲିମିନେସନ ଅନ୍ୟ ସେଲିବ୍ରିଟିଙ୍କ ଆଖି ଖୋଲିପାରେ ଅନୁମାନ ଲଗାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More