Only for Entertainment

ବିଗବସ ଇତିହାସରେ ପ୍ରଥମ ଥର, କାର ଡ୍ରାଇଭରେ ଯିବେ ପ୍ରତିଯୋଗୀ

75

ବିଗବସ ଘରେ ପ୍ରତିଦିନ କୌଣସି ପ୍ରକାରର ମସ୍ତୀ ହୋଇଥାଏ । ଶୋ’ରେ ସେଲିବ୍ରେଟୀ ଗେଷ୍ଟ ମଧ୍ୟ ଏଂଟ୍ରି ନିଅନ୍ତି ଓ ପ୍ରତିଯୋଗୀ ମାନଙ୍କ ସହିତ ମସ୍ତୀ ମଜାକ କରନ୍ତି ଏବଂ କିଛି ଟାସ୍କ ମଧ୍ୟ ଦିଅନ୍ତି । ଏହିଭଳି କିଛି କାର୍ଯ୍ୟକ୍ରମ ଆପଣଙ୍କୁ ପ୍ରତିଦିନ ଦେଖିବାକୁ ମିଳୁଥିବ । ଗୁୁରୁବାରକୁ ଶୋ’ରେ ୱାର୍ଲଡ ଫେମସ ସେଫ ବିକାଶ ଖନ୍ନା ପ୍ରବେଶ କରିଥିଲେ ଏବଂ କିଛି ଟାସ୍କ ଦେଇଥିଲେ । କିନ୍ତୁ ଏହିଥର ଘରେ ପ୍ରବେଶ କରିବେ ବଲିଉଡ ସେଲିବ୍ରେଟୀ ଦୀପିକା ପାଦୁକୋନ୍ ।

ଆଜ୍ଞା ହଁ ଶୋ’ରେ କିଛି ଏଭଳି ଦେଖିବାକୁ ମିଳିବ ଯାହା ବିଗବସ ଇତିହାସରେ ପ୍ରଥମ ଥର । ଖବର ଅନୁସାରେ ଶୋ’ରେ ବିଗବସ ପ୍ରତିଯୋଗୀ ମାନଙ୍କୁ କିଛି ଟାସ୍କ ଦେବେ ଏବଂ ବିଜେତା ଦଳକୁ ବାହାରକୁ କାର ରାଇଡିଂରେ ନେବେ । ଯାହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More