ବିଗବସରେ ସିଦ୍ଧାର୍ଥ-ଦେବୋଲିନାଙ୍କ ମଧ୍ୟରେ କିଏ ହେବେ ବିଜେତା?
ବିଗବସ ୧୩କୁ ନେଇ ଚାଲିଛି ନୂଆ ନୂଆ ଚର୍ଚ୍ଚା । ଗତବର୍ଷ ବିଗବସ ୧୨ରେ ଏଂଟରଟେମେଂଟ ଯଥେଷ୍ଟ କମ ଏବଂ ଅଧିକ ଝଗଡ଼ା ଦେଖିବାକୁ ମିଳିଲା । ଯେଉଁ କାରଣରୁ ଏହି ବର୍ଷ କେବଳ ସେଲିବ୍ରେଟୀଙ୍କୁ ନିଆଗଲା । କିନ୍ତୁ ପରିବର୍ତ୍ତନ ଖୁବ କମ ଦେଖା ଦେଇଛି । ଏହି ବର୍ଷ କଳି ଝଗଡ଼ା କମିବାର ନା ନେଉନାହିଁ । ବିବାଦ ମଧ୍ୟରେ ଘେରି ରହିଛନ୍ତି ପ୍ରତିିଯୋଗୀ ।
ଏହାକୁ ନେଇ ସାମ୍ନାକୁ ଆସିଛି ରୋହିତ ସୁଚାନ୍ତିଙ୍କ ମତ । ସେ କହିଛନ୍ତିଯେ ସିଦ୍ଧାର୍ଥ ଶୁକ୍ଳା ଯେଉଁଭଳି ଖେଳୁଛନ୍ତି ତାହା ତାଙ୍କୁ ଖୁବ ପସନ୍ଦ ଆସୁଛି । ଏହା ସହିତ ସିଦ୍ଧାର୍ଥ ଏବଂ ଆସୀମଙ୍କ ବଣ୍ଡିଂ ତାଙ୍କୁ ବେଶ୍ ଭଲ ଲାଗୁଛି । ସିଦ୍ଧାର୍ଥ ଏବଂ ଦେବୋଲିନା ଭଟ୍ଟାଚାର୍ଜୀ ତାଙ୍କର ପ୍ରିୟ ପ୍ରତିଯୋଗୀ ।
ରୋହିତ ଏହା ସହିତ କହିଛନ୍ତିଯେ ଏହା ପୂର୍ବରୁ ଦେବୋଲିନା ମୋ ମା ଚରିତ୍ରରେ ଏକ ଧାରାବାହିକରେ ଅଭିନୟ କରିଥିଲେ । ସେ ଖୁବ ଷ୍ଟ୍ରଙ୍ଗ୍ । କିନ୍ତୁ ମୋତେ ଲାଗୁଛି ସିଦ୍ଧାର୍ଥ ଶୁକ୍ଳା ବିଜେତା ହେବେ ।