Only for Entertainment

ଠଗ୍ସ ଅଫ ହିନ୍ଦୋସ୍ତାନ : ଖୁବ ଶୀଘ୍ର ରିଲିଜ ହେବ ଫିଲ୍ମର ଦ୍ୱିତୀୟ ଗୀତ, ସାମ୍ନକୁ ଆସିଲା କ୍ୟଟ୍ରିନା- ଅଙ୍ରଙ୍କ ଜବରଦସ୍ତ ଅନ୍ଦାଜ ।

bollywood life
22

‘କମଲି’ ସଙ୍ଗ ହଉ କିମ୍ବା ‘ଚିକନି ଚମେଲି’ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିଜର ଜବରବଦସ୍ତ ଅନ୍ଦାଜ ଏବଂ ଡ୍ୟାନ୍ସ ମୁଭସ ଜରିଆରେ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି । ଖୁବଶୀଘ୍ର କ୍ୟାଟ୍ରିନା ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନରେ ମଧ୍ୟ ନିଜର ଯାଦୁ ଦେଖାଇବାକୁ ଯାଉଛନ୍ତି । ଫିଲ୍ମର ଟ୍ରେଲରେ ଯେତିକି ଦୃଶ୍ୟ କ୍ୟାଟ୍ରିନାଙ୍କର ଦେଖିବାକୁ ମିଳିଛି ସେଥିରୁ ପ୍ରମାଣ ହୋଇଛି ଯେ ଏହି ଫିଲ୍ମରେ ମଧ୍ୟ କ୍ୟାଟ୍ରିନା ଖୁବ ଧମାଲ କରିବେ ।

ଫିଲ୍ମର ଟ୍ରେଲର ଏବଂ ପ୍ରଥମ ଗୀତ ରିଲିଜ ହୋଇସାରିଥିବା ବେଳେ ଏବେ ଫିଲ୍ମ ଦ୍ୱିତୀୟ ଗୀତ ‘ସୁରୈୟା’ ରିଲିଜ ହେବ । ଫିଲ୍ମର ଦ୍ୱିତୀୟ ଗୀତର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି । ଫଟୋରେ କ୍ୟାଟ୍ରିନା ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିବା ବେଳେ ଅମିର ଖାନ ମଧ୍ୟ ତାଙ୍କୁ ତାଳ ଦେଇ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଫଟୋରେ ଦୁହିଁଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି ।

Katrina-Aamir-Thugs-Of-Hindostan-1

କହିରଖୁଛୁ ଯେ, ଏହି ଫିଲ୍ମରେ ଅମିର ଖାନ, ଅମିତାଭ ବଚ୍ଚନ ଏବଂ ଫାତିମା ସନା ଶେଖ ମଧ୍ୟ ନଦର ଆସିବେ । ଫିଲ୍ମରେ କ୍ୟାଟ୍ରିନା ସୁରୈୟା ଭୂମିକାରେ ନଜର ଆସିବେ । ଯିଏ କି ନିଜର ଡ୍ୟାନ୍ସ ଏବଂ ସୁନ୍ଦରତାରେ ସମସ୍ତଙ୍କୁ ପାଗଳ କରିଥାଏ । ଫିଲ୍ମ ୮ ନଭେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More