Only for Entertainment

‘ଦବଙ୍ଗ ୩’ ସହିତ ପରଦାକୁ ଫେରିଲେ ଚୁଲବୁଲ ପାଣ୍ଡେ, ଦେଖନ୍ତୁ ସଲମାନ ଖାନଙ୍କ ଫିଲ୍ମର ଦମଦାର ଟ୍ରେଲର

latestly
23

ଅଭିନେତା ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ୍ ‘ଦବଙ୍ଗ ୩’ର ଟ୍ରେଲରକୁ ମେକର୍ସ କିଛି ସମୟ ପୂର୍ବେ ରିଲିଜ କରିଛନ୍ତି । ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଥିବା ବେଳେ ଏହାର ଟ୍ରେଲର ଫ୍ୟାନ୍ସଙ୍କ ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିଦେବ ବୋଲି ଆଶା କରାଯାଉଛି । ୨୦୧୨ରେ ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ ୨’ ରିଲିଜ ହୋଇଥିବା ବେଳେ ୭ ବର୍ଷ ପରେ ସଲମାନ ଖାନଙ୍କୁ ପୁଣିଥରେ ଚୁଲବୁଲ ପାଣ୍ଡେ ଚରିତ୍ରରେ ଦେଖିବାକୁ ମିଳିବ ।

ଫିଲ୍ମରେ ସଲମାନ ଖାନଙ୍କ ଅପୋଜିଟରେ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ନଜର ଆସିବେ । ଏହା ସହିତ ଫିଲ୍ମ ଜରିଆରେ ମହେଶ ମାଞ୍ଜେରେକରଙ୍କ ଝିଅ ସଇ ମାଞ୍ଜେରେକର ବଲିୀଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହିି କଳାକାରଙ୍କ ବ୍ୟତିତ ଫିଲ୍ମରେ ଅରବାଜ ଖାନ, ସୋନୁ ସୁଡ ଏବଂ ସାଉଥ ଅଭିନେତା ସୁଦୀପ କିଚ୍ଚା ନଜର ଆସିବେ ।

ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ସଲମାନ ଖାନ, ଅରବାଜ ଖାନ ଓ ନିଖିଲ ଦ୍ୱିବେଦୀ ମିଳିତ ଭାବେ ପ୍ରଡ୍ୟୁସ କରୁଛନ୍ତି । ଫିଲ୍ମ ୨୦ ଡିସେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More