Only for Entertainment

ଭୁବନେଶ୍ୱରରେ ଅନୁଷ୍ଠିତ ହୋଇ ଯାଇଛି ପ୍ରଥମ ଦୈତାରୀ ସମ୍ମାନ-୨୦୧୮ ।

44

ପଟିଆ କଳାରାହାଙ୍ଗ ଏଲ.ଡି.ଭି ଦୈତାରୀ ରେସିଡେନ୍ସିରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମାନ ଉତ୍ସବରେ ଭେଟରାନ୍ କଳାକାର ଉତମ ମହାନ୍ତି, ପିଂଟୁ ନନ୍ଦ, ସୁମନ, ପ୍ରେମାଜନ ପରିଡା, ଦେବୁ ବ୍ରହ୍ମା, ଅସିତ ପତି, ଡ. ରଜନୀ ରଂଜନ, ଛୋଟପରଦାର ମଂଟୁ, ଅନିଷା ଓ ଓଡିଆ ଚଳଚିତ୍ରର ଡାଇରେକ୍ଟର ତଥା ପ୍ରଡ୍ୟୁସର ସୁଧାକର ବସନ୍ତଙ୍କୁ ଦୈତାରୀ ସମ୍ମାନରେ ସମ୍ମାନୀତ କରାଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ଉତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ରହି ସମ୍ମାନିତ କରିଥିଲେ ।

ଆୟୋଜକ କଳାକାର ବିଜୁ ବଡଜେନା ଏହି ସମ୍ମାନ କେବଳ କଳାକାରଙ୍କ ମଧ୍ୟରେ ସିମିତ ରହିବ ନାହିଁ ସବୁ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନୀତ କରାଯିବ ବୋଲି କହିଛନ୍ତି । ସମ୍ମାନ ପର୍ବରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ସମାଜସେବୀ ସ୍ୱର୍ଗତ ଦୈତାରୀ ବଡଜେନାଙ୍କ ସ୍ମୃତି ଉଦେଶ୍ୟରେ ଏହି ସମ୍ମାନ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More