Only for Entertainment

ଅନୁଷ୍କା ଏବଂ ଦୀପିକାଙ୍କ ରାସ୍ତାରେ ପ୍ରିୟଙ୍କା,କରିବାକୁ ଚାହାଁନ୍ତି ଏହି କାମ ।

youtube
0 42

ଅଭିନେତ୍ରୀ ଦୀପିକା ପାଦୁକୋନ ରଣବୀରଙ୍କ ସହିତ ବିବାହକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଅପରପକ୍ଷେ ଖବର ଆସୁଛିଯେ ସେ ନିଜର ଏକ ପ୍ରଡକ୍ସନ ହାଉସ ଖୋଲିବାକୁ ଚାହୁଁଛନ୍ତି । ପ୍ରଥମ ଥର ଦୀପିକା କହିଛନ୍ତିଯେ ସେ ଏହି କାମ କରିବାକୁ ଚାହୁଁଛନ୍ତି । ତାଙ୍କ କହିବା ଅନୁସାରେ ତାଙ୍କୁ ଅନୁଭବ ହେଉଛିଯେ ଏହି ପଫେସନ ତାଙ୍କ ବ୍ୟକ୍ତିତ୍ୱ ସହିତ ମ୍ୟାଚ କରୁଛି ।

ପ୍ରିୟଙ୍କାଙ୍କ ପର୍ପଲ ପେବଲ ପିକଚର୍ସ ଏବଂ ଅନୁଷ୍କା ଶର୍ମାଙ୍କ କ୍ଲିନ ସ୍ଲେଟ ପିକଚର୍ସ ଭଳି ଦୀପିକା ମଧ୍ୟ ତାଙ୍କ ଏକ ପଡକ୍ସନ ହାଉସ ଖୋଲିବା ପାଇଁ ମନ ବଳାଇଛନ୍ତି । ଦୀପିକା ଇରଫାନ ଖାନଙ୍କ ସହିତ ସପନା ଦୀଦୀ ଫିଲ୍ମ କରୁଥିଲେ କିନ୍ତୁ ଇରଫାନଙ୍କ ଖରାପ ସ୍ୱାସ୍ଥ୍ୟ ହେତୁ ସେ ଅନ୍ୟ ପ୍ରୋଜେକ୍ଟର କାମ ଆରମ୍ଭ କରିଛନ୍ତି ।

ଦୀପିକା ଭଲ ତଥ୍ୟକୁ ନେଇ ଫିଲ୍ମ କରିବାକୁ ଚାହୁଁଛନ୍ତି । କିନ୍ତୁ ଏହାକୁ ନେଇ ସେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରିନାହାଁନ୍ତି । ତେବେ ଟଙ୍କା ପାଇଁ ସେ ପଯୋଜକ ହେବା ପାଇଁ ଚାହାଁନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More