Only for Entertainment

ବକ୍ସ ଅଫିସରେ ଛାଇଲା ଇଶାନ ଏବଂ ଜାହ୍ନବୀଙ୍କ ଫିଲ୍ମ ‘ଧଡକ’ର ଯାଦୁ, ଜାଣନ୍ତୁ ସେକେଣ୍ଡ ଡେ’ର କଲେକ୍ସନ ।

Movie Rater
0 50

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ କପୁର ‘ଧଡକ’ ଜରିଆରେ ବଲିଉଡ ଡେବ୍ୟୁ କରିବା ପରେ ବକ୍ସ ଅଫିସର କ୍ୱିନ ପ୍ରମାଣିତ ହୋଇଛନ୍ତି । ଜାହ୍ନବୀଙ୍କ ଏବଂ ଇଶାନଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ଖୁବ ଭଲ ପ୍ରଦର୍ଶନ କରିଛି । ଫିଲ୍ମ ପ୍ରଥମ ଦିନରେ ୮.୭୧ କୋଟି ଆୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ନ୍ୟୁକମର କିମ୍ବା ଡେବ୍ୟୁ କରିଥିବା ଷ୍ଟାରଙ୍କ ଫିଲ୍ମର ଫାଷ୍ଟ ଡେ କଲେକ୍ସନ ମାମଲାରେ ଏହା ପ୍ରଥମ ସ୍ଥାନ ହାସଲ କରିନେଇଛି । ପ୍ରଥମ ଦିନ ଜବରଦସ୍ତ ରୋଜଗାର କରିବା ପରେ ଫିଲ୍ମ ଦ୍ୱିତୀୟ ଦିନରେ ୧୧.୦୪ କୋଟି ଆୟ କରିଛି । ଯାହା ପ୍ରଥମ ଦିନ ତୁଳନାରେ ୨୬.୭୫ ପ୍ରତିଶତ ଅଧିକ ।


ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁସାରେ ଶନିବାର ଧଡକର ଖାତାକୁ ୧୧.୦୪ କୋଟି ଆସିଛି । ଫିଲ୍ମ ମେଟ୍ରୋ ଏବଂ ଆନ୍ଧ୍ର ପ୍ରଦେଶ ପରି ରାଜ୍ୟରେ ଭଲ ପ୍ରଦର୍ଶନ କରୁଛି । ଫିଲ୍ମ ଦୁଇ ଦିନରେ ୧୯.୭୫ କୋଟି ଆୟ କରି ସାରିଛି । ଆଶା କରାଯାଉଛି ଫିଲ୍ମ ପ୍ରଥମ ୱିକେଣ୍ଡରେ ୩୦ କୋଟିର ବ୍ୟବସାୟ କରିବାରେ ସକ୍ଷମ ହେବ ।

ଶଶାଙ୍କ ଖେତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦ ଜୁଲାଇରେ ରିଲିଜ ହୋଇସାରିଛି । ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମ ମରାଠୀ ଫିଲ୍ମ ସୈରାତର ହିନ୍ଦୀ ରିମେକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More