Only for Entertainment

ଅଧା ରହିଗଲା ଶ୍ରୀଦେବୀଙ୍କ ସ୍ୱପ୍ନ ।

aajtak
0 111

ସିନେମା ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ପରଲୋକ ହୋଇଛି । ସେଥିପାଇଁ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ତାଜା ଥିବା ଗଙ୍ଗସିଉଳି ଫୁଲଯେ ହଠାତ ଝରିପଡ଼ିଲା ତାହା କେହି ମଧ୍ୟ ବିଶ୍ୱାସ କରିପାରୁ ନାହାଁନ୍ତି । ବନ୍ଧୁ ପରିଜନଙ୍କ ଠାରୁ ଆରମ୍ଭ କରି ନିଜର କୋଟି କୋଟି ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଆରପାରିକୁ ଚାଲି ଯାଇଛନ୍ତି ଶ୍ରୀଦେବୀ ।

ନିଜର ଲମ୍ବା କ୍ୟାରିଅର ମଧ୍ୟରେ ଅଭିନୟକୁ ନେଇ ସେ ପ୍ରତ୍ୟେକ ସ୍ୱପ୍ନକୁ ପୂରା କରିଛନ୍ତି । କେବଳ ବାହାର ଦୁନିଆରେ ନୁହେଁ ବରଂ ଘର ଲୋକଙ୍କ ପାଇଁ ମଧ୍ୟ ବ୍ୟସ୍ତବହୁଳ ଜୀବନରେ ସମୟ ବାହାର କରି ପିଲାମାନଙ୍କୁ ମଣିଷ କରିଛନ୍ତି ଓ ନିଜର ନିଖୁଣ ଅଭିନୟ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ନିଜ ଅଭିନୟକୁ ନେଇ ଥିବା ସମସ୍ତ ସ୍ୱପ୍ନକୁ ତ ସେ ପୁରଣ କରି ପାରିଛନ୍ତି,କିନ୍ତୁ ଝିଅ ଜାହ୍ନବୀଙ୍କୁ ନେଇ ଥିବା ସ୍ୱପ୍ନ ତାଙ୍କର ଅଧା ହୋଇ ରହିଯାଇଛି ।

ଗେହ୍ଲି ଝିଅ ଜାହ୍ନବୀଙ୍କୁ ରୂପେଲି ପରଦାରେ ଦେଖିବାର ସ୍ୱପ୍ନ ତାଙ୍କର ସବୁଦିନ ପାଇଁ ଅଧା ହୋଇ ରହିଯାଇଛି । ଜାହ୍ନବୀ ଫିଲ୍ମ ‘ଧଡ଼କ’ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । କିନ୍ତୁ ଏକ ଲମ୍ବା ସମୟ ଧରି ଯେଉଁ ସମୟକୁ ଶ୍ରୀଦେବୀ ଅପେକ୍ଷା କରିଥିଲେ ତାହା ସବୁଦିନ ପାଇଁ ଅଧା ହୋଇ ରହିଯାଇଛି । ତାଙ୍କ ଅନୁପସ୍ଥିତିରେ ଏହି ସ୍ୱପ୍ନ ପୂରଣ ହେବ ନିଶ୍ଚୟ ।

ଜାହ୍ନବୀଙ୍କର ପ୍ରଥମ ବଲିଉଡ ପ୍ରକଳ୍ପ ଫାଇନାଲ କରିବାରେ ଶ୍ରୀଦେବୀଙ୍କର ପ୍ରମୁଖ ଭୂମିକା ରହିଛି । କାରଣ ସେ ତାଙ୍କ ଝିଅଙ୍କ ବଲିଉଡ ଡେବ୍ୟୁକୁ ନେଇ ଖୁବ ଚିନ୍ତାରେ ରହିଥିଲେ । ତାଙ୍କ ଭଳି ଜାହ୍ନବୀ ମଧ୍ୟ ସଫଳତା ହାସଲ କରନ୍ତୁ ଏହା ତାଙ୍କର ଇଛା ଥିଲା । ଶ୍ରୀଦେବୀ ପ୍ରାୟତଃ ଝିଅର ଫିଲ୍ମ ସେଟରେ ନଜର ଆସୁଥିଲେ । ଏହା ପୂର୍ବରୁ ଫିଲ୍ମର ଘୋଷଣାକୁ ନେଇ ବିଳମ୍ବ ହୋଇଥିଲା,ଯେଉଁଥିପାଇଁ କରଣ ଏବଂ ଶ୍ରୀଦେବୀଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । କାରଣ ଜାହ୍ନବୀଙ୍କ ପୂର୍ବରୁ ସୈଫଙ୍କ ଝିଅ ସାରାଙ୍କ ଡେବ୍ୟୁ କରିବା କଥା ଘୋଷଣା ହୋଇ ସାରିଥିଲା । ତେବେ ଜାହ୍ୱବୀଙ୍କୁ ବଲିଉଡରେ ଲଂଚ କରିବା ପାଇଁ ବହୁ ପ୍ରଚେଷ୍ଟା କରିଛନ୍ତି ଶ୍ରୀଦେବୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More