Only for Entertainment

ଫରାହଙ୍କ ଫିଲ୍ମରେ ଆକ୍ଟରଙ୍କୁ ଏହି କାମ କରିବା ମନା ।

The Asian Age
35

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ଫରାହ ଖାନ ଏବଂ ଫିଲ୍ମ ନିର୍ମାତା ଫରାହ ଖାନ ନିକଟରେ ଏକ ଇଭେଂଟରେ ଯୋଗ ଦେଇଥିଲେ । ଏହା ଥିଲା ସିଂଟାର ଇଭେଂଟ । ଏହି ଅର୍ଗାନାଇଜେସନ ଲୋକଙ୍କୁ ତମାଖୁ ଏବଂ ସିଗାରେଟ ପିଇବା ଦ୍ୱାରା ହେଉଥିବା କ୍ଷତି ବିଷୟରେ ଜାଗ୍ରତ କରିଥାଏ । ଫରାହ ଇଭେଂଟରେ ସାମିଲ ହୋଇ ଏହି ଇଭେଂଟର ଖୁବ ପ୍ରଶଂସା କଲେ ।

ଇଭେଂଟରେ ଫରାହ କହିଲେଯେ ଜଣେ ଫିଲ୍ମ ନିର୍ମାତା ଭାବରେ ମୁଁ ଏହି ନିଷ୍ପତ୍ତି ନେଉଛିଯେ ଆଜି ଠାରୁ ମୋ ଫିଲ୍ମରେ କେହି ମଧ୍ୟ ଧୂମ୍ରପାନ କରିବେ ନାହିଁ । ମୋ ଫିଲ୍ମରେ ଏମିତି ମଧ୍ୟ ଆକ୍ଟର ମାନେ ସ୍ମୋକ କରନ୍ତି ନାହିଁ । କିନ୍ତୁ ଫିଲ୍ମ ଓମ ଶାନ୍ତି ଓମରେ ଅର୍ଜୁନ ରାମପାଲ ସ୍ମୋକ କରିଥିଲେ, କାରଣ ତାହା ଫିଲ୍ମରେ କ୍ୟାକ୍ଟେରର ଡିମାଣ୍ଡ ଥିଲା । ଆମେ ସମସ୍ତେ ଜାଣୁଯେ ଫିଲ୍ମରେ ଶେଷ ପର୍ଯ୍ୟନ୍ତ କ’ଣ ହୋଇଥିଲା । ମୁଁ ପ୍ରତିଜ୍ଞା କରୁଛି ମୋ ଫିଲ୍ମରେ ସ୍ମୋକିଂକୁ ମୁଁ ମହତ୍ୱ ଦେବି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More