Only for Entertainment

‘ହାଉସଫୁଲ-୪’ ସେଟରେ ହେଲା ଯୌନ ଶୋଷଣ, ଜୁନିଅର ଆର୍ଟିଷ୍ଟ କହିଲେ….

ANI
47

ଅକ୍ଷୟ କୁମାରଙ୍କ ମଲ୍ଟିଷ୍ଟାରର ଫିଲ୍ମ ‘ହାଉସଫୁଲ-୪’ କିଛି ସମୟରୁ ଲଗାତାର ଚର୍ଚ୍ଚାରେ ରହିଛି । ଫିଲ୍ମର ନିର୍ଦ୍ଦେଶକ ସାଜିଦ ଖାନଙ୍କ ନାମରେ ଯୌନ ଶେଷଣର ଆରୋପ ଲାଗିବା ପରେ ତାଙ୍କୁ ଫିଲ୍ମରୁ ବାହାର କରାଯାଇଥିଲା । ଏହି ଘଟଣା ନଥମୁଣୁ ଏବେ ଫିଲ୍ମ ସେଟରେ ଜଣେ ଜୁନିଅର ଆର୍ଟିଷ୍ଟଙ୍କ ସହିତ ଦୁଃବ୍ୟବହାର ଘଟଣା ଏବେ ସାମ୍ନାକୁ ଆସିଛି । ଏହି ମହିଳା ଜଣଙ୍କ ମୁମ୍ବାଇ ପୋଲିସରେ ଏଫଆଇଆର ରେଜିଷ୍ଟର କରିଛନ୍ତି ।

ଜଣେ ଜୁନିଅର ମହିଳା କଳାକାର ଆରୋପ ଲଗାଇଛନ୍ତି ଯେ, ଫିଲ୍ମ ‘ହାଉସଫୁଲ -୪’ ସେଟରେ ୬ ଜଣ ବ୍ୟକ୍ତି ତାଙ୍କ ସହିତ ଖରାପ ବ୍ୟବହାର ଦେଖାଇଥିଲେ । ଏହି ୬ ଜଣ ବ୍ୟକ୍ତିଙ୍କ ମ ସେଟରେ ୬ ଜଣ ବ୍ୟକ୍ତି ତାଙ୍କ ସହିତ ଖରାପ ବ୍ୟବହାର ଦେଖାଇଥିଲେ । ମୁମ୍ବାଇର ଟିତ୍ରକୁଟ ଷ୍ଟୁଡିଓରେ ସୁଟିଂ ଚାଲୁଥିବା ସମୟରେ ଏହି ୬ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମହିଳାଙ୍କ ସହିତ ଖରାପ ବ୍ୟବହାର କରିଥିଲେ ।

housefull-molestation

ପିଡୀତା ଜଣଙ୍କ ନିଜ ବୟାନରେ କହିଥିଲେ, ‘ମହିଳା ଜଣଙ୍କ ସହକର୍ମୀଙ୍କ ସହିତ ବସିଥିବା ବେଳେ ଦୁଇଜଣ ବ୍ୟକ୍ତି ପବନ ଶେଟ୍ଟୀ ଏବଂ ସାଗରଙ୍କ ସହିତ ୪ ଜଣ ତାଙ୍କ ପାଖକୁ ଆସିଥିଲେ ଏବଂ ମୋତେ ଜବରଦସ୍ତି ମୋ ସହକର୍ମୀଙ୍କ ଠାରୁ ମୋତେ ଅଲଗା କରିବାକୁ ଚେଷ୍ଟା କରିଥିଲେ । ବିରୋଧ କରିବାରୁ ସେମାନେ ଆମକୁ ଗାଳି କରିଥିଲେ ଏବଂ ଧମକ ଦେଇଥିଲେ ଏବଂ ଏହା ସହିତ ସେମାନେ ମୋ ପ୍ରାଇଭେଟ ପାର୍ଟସକୁ ଛୁଇଁଥିଲେ । ଏହାକୁ ନେଇ ମୁଁ ଉତ୍ପଡନ ମାମଲା ରୁଜୁ କରିଛି ।’

କହିରଖୁଛୁ ଯେ, ଫିଲ୍ମର ନିର୍ଦ୍ଦେଶକ ସାଜିଜ ଖାନଙ୍କ ବ୍ୟତୀତ ଅଭିନେତା ନାନା ପାଟେକରଙ୍କ ନାମରେ ମଧ୍ୟ ଯୌନ ଶୋଷଣର ଆରୋପ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More