Only for Entertainment

ରାଘବ, ପୁନୀତ ଏବଂ ଧର୍ମେଶଙ୍କ ଫିଲ୍ମ ‘ନବାବଜାଦେ’ର ଟ୍ରେଲର ରିଲିଜ ।

DNA INDIA
0 33

ରୋମାଣ୍ଟିକ କମେଡି ଫିଲ୍ମ ‘ନବାବଜାଦେ’ର ଟ୍ରେଲର ନିକଟରେ ରିଲିଜ ହୋଇସାରିଛି । ଫିଲ୍ମରେ ଡ୍ୟାନ୍ସ ରିଅଲିଟ ଶୋ’ର ପ୍ରତିଯୋଗୀ ରାଘବ ଜୁୟାଲ, ପୁନୀତ ପାଠକ ଏବଂ ଧର୍ମେଶ ୟେଲାଣ୍ଡେ ଲିଡ ରୋଲରେ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମ ଟ୍ରେଲର ଦେଖିଲା ପରେ ଆପଣ ମଧ୍ୟ ନିଜ ହସକୁ ରୋକି ପାରିବେ ନାହିଁ ।

ଫିଲ୍ମର କାହାଣୀ ୩ ଜଣ ସାଙ୍ଗଙ୍କ ଉପରେ ଆଧାରିତ । ୩ ଜଣ ଗୋଟିଏ ଝିଅକୁ ହିଁ ଭଲପାଇଥାନ୍ତି । ଜୟେଶ ପ୍ରଧାନ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନାରେ ପାଦ ରଖିଛନ୍ତି । ଏହା ପୂର୍ବରୁ ସେ ଅନେକ ବଲିଉଡ ଗୀତର କୋରିଓଗ୍ରାଫି କରିଛନ୍ତି । ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି ରୋମୋ ଡିସୁଜା । ଫିଲ୍ମ ୨୭ ଜୁଲାଇରେ ରିଲିଜ ହେବ ।

ଏହା ପୂର୍ବରୁ ଫିଲ୍ମର ୩ ଟି ଗୀତ ରିଲିଜ କରାଯାଇଥିଲା । ଗୀତ ଗୁଡିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More