Only for Entertainment

ଫିଲ୍ମ ସମୀକ୍ଷା ‘ସଞ୍ଜୁ’ : ସବୁଦିନ ପାଇଁ ମନେ ରହିବ ରଣବୀର କପୁରଙ୍କ ଅଭିନୟ

Cinema
0 65

Ratings

7.5
Awesome
  • IMDb 9.4
  • Times Of India 8
  • Hindustan Times 5

ଫିଲ୍ମ ନାମ- ସଞ୍ଜୁ
ନିର୍ଦ୍ଦେଶକ- ରାଜକୁମାର ହିରାନୀ
ଷ୍ଟାର କାଷ୍ଟ- ରଣବୀର କପୁର, ଦିୟା ମିର୍ଜା, ମନୀଷା କୋଇରାଲା, ପରେଶ ରାୱଲ, ଭିକି କୌଶଲ, ବୋମନ ଇରାନୀ, ଅନୁଷ୍କା ଶର୍ମା
ଅବଧି- ୨ ଘଣ୍ଟା ୪୧ ମିନିଟ
ସାର୍ଟିଫିକେଟ- ୟୁ/ଏ

ରାଜକୁମାର ହିରାନୀ ନିଜ ବନ୍ଧୁ ତଥା ଲେଖକ ଅଭିଜାତ ଜୋଶୀଙ୍କ ସହିତ ମିଶି ଭାରତୀୟ ଫିଲ୍ମ ଦୁନିଆକୁ ଅଭିନେତା ସଂଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ସଞ୍ଜୁ’ ଭେଟି ଦେଇଛନ୍ତି । ଫିଲ୍ମ ନିର୍ମାଣ କରିବା ପାଇଁ ରାଜକୁମାର ହିରାନୀ ସମୟ ନିଅନ୍ତି ସତ କିନ୍ତୁ ଶେଷରେ ତାହା ବକ୍ସ ଅଫିସରେ କମାଲ କରିଥାଏ । ତେବେ ଆସନ୍ତୁ ଜାଣିବା କିପରି ହୋଇଛି ଫିଲ୍ମ ‘ସଞ୍ଜୁ’ ।

କାହଣୀ-
ଫିଲ୍ମର କାହଣୀ ସଂଜୟ ଦତ୍ତଙ୍କୁ ୫ ବର୍ଷ ଜେଲ ଦଣ୍ଡ ଶୁଣାଇବାରୁ ଆରମ୍ଭ ହେଉଛି । ନିଜ ଜୀବନ ଉପରେ ବହି ଲେଖିବା ପାଇଁ ସେ ପ୍ରସିଦ୍ଧ ଲେଖକ ୱିନି (ଅନୁଷ୍କା ଶର୍ମା)ଙ୍କ ସହିତ ସାକ୍ଷାତ କରନ୍ତି ଏବଂ ନିଜ କାହଣୀ କହିବା ଆରମ୍ଭ କରନ୍ତି ।
କାହଣୀ ସୁନୀଲ ଦତ୍ତ ଏବଂ ନରଗୀସ ଦତ୍ତଙ୍କ ଘରୁ ଆରମ୍ଭ ହୋଉଛି । ଦୁହିଁଙ୍କ ପୁଅ ୨୧ ବର୍ଷିୟ ସଂଜୁ ଫିଲ୍ମ ରକିର ସୁଟିଂ କରୁଥାନ୍ତି । ପିଲାଦିନରୁ ବେଡିଂ ସ୍କୁଲରେ ଭର୍ତ୍ତି ହେବା, ଡ୍ରଗ୍ସ ଆଡିକଟେଡ ହେବା, ମାତା ପିତାଙ୍କୁ ଅନେକ କଥା ଲୁଚାଇବା, ନରଗୀସଙ୍କ ଦେହ ଖବରାପ ହେବା, ସଙ୍କ କମଲେସଙ୍କ ସହିତ ଦେଖାହେବା, ଫିଲ୍ମ ରକିରୁ ବଲିଉଡରେ ଡେବ୍ୟୁ କରିବା ଏହା ପରେ ଫିଲ୍ମରେ କାମ ନମିଳିବା, ମୁମ୍ବାଇ ବମ ଧମାକାରେ ନାଁ ଆସିବା, ଅନେକ ଥର ଜେଲ ଯିବା ଏବା ପରେ ଏକ ସ୍ୱତନ୍ତ୍ର ନାଗରିକ ଭାବେ ଜେଲରୁ ମୁକୁଳିବା ଏହିପରି ଭାବେ ସଂଜୟ ଦତ୍ତଙ୍କ ଜୀବନର ଅନେକ ଘଟଣାକ୍ରମକୁ ଫିଲ୍ମରେ ଦର୍ଶା ଯାଇଛି । ତେବେ ସଂଜୟ ଦତ୍ତଙ୍କ ଜୀବନ ବିଷୟରେ ଆଉ ଅଧିକ ଜାଣିବା ପାଇଁ ଆପଣଙ୍କୁ ଫିଲ୍ମ ଦେଖିବାକୁ ପଡିବ ।

sanju

କ’ଣ ଦେଖିବେ ଫିଲ୍ମରେ ?
କୁହାଯାଏ ସଂଜୟ ଦତ୍ତଙ୍କ ଜୀବନ ଏକ ଖୋଲା ବହି । କିନ୍ତୁ ରାଜକୁମାର ହିରାନୀ ଏବଂ ଆବିଜିତ ଜୋଶୀ ଯେଉଁପରି ଭାବେ ଏହାର କାହାଣୀ ଲେଖିଛନ୍ତି ତାହା ପ୍ରଶଂସା ଯୋଗ୍ୟ । ଫିଲ୍ମରେ ରାଜକୁମାରଙ୍କ ନିର୍ଦ୍ଦେଶନା ଖୁବ ସୁନ୍ଦର ହୋଇଛି । ଫିଲ୍ମର ବ୍ୟାକଗ୍ରାଉଣ୍ଡ, ଗ୍ରାଫିକ୍ସ, ଏକଂ କାଷ୍ଟିଂ ଜବରଦସ୍ତ ହୋଇଛି । ସବୁ କଳାକାର ଫିଲ୍ମରେ ସୁନ୍ଦର ଅଭିନୟ କରିଛନ୍ତି । ରଣବୀର କପୁର ସତ ପ୍ରତିଶତ ସଂଜୟ ଦତ୍ତଙ୍କ ଭୂମିକାକୁ ନ୍ୟାୟ ଦେଇଛନ୍ତି । ସେ ଦର୍ଶକଙ୍କୁ ହସାଇବା ସହିକ କନ୍ଦାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି । ତାଙ୍କ ଅଭିନୟ ସବୁଦିନ ପାଇଁ ସମସ୍ତଙ୍କ ମନରେ ରହିବ ।

ଦୁର୍ବଳ ଭାଗ-
ଫିଲ୍ମର ଅବଧିକୁ ଦୁର୍ବଳ ଭାଗ ବୋଲି କୁହାଯାଇପାରେ । ଏହା ଛଡା ଫିଲ୍ମରେ ଆଉ କୌଣସି ଦୁର୍ବଳ ଭାଗ ନାହିଁ ।

ବକ୍ସ ଅଫିସ-
ଫିଲ୍ମରଲ ବଜେଟ ପାଖାପାଖି ୮୦ କୋଟି କୁହାଯାଉଛି । ଖବର ଅନୁସାରେ ଫିଲ୍ମ ଭାରତରେ ୪୦୦୦ ସ୍କ୍ରିନରେ ରିଲିଜ କରାଯାଇଛି । ସେହିପରି ବିଦେଶରେ ୬୫ଟି ଦେଶରେ ୧୩୦୦ ସ୍କ୍ରିନରେ ରିଲିଜ କରାଯାଇଛି । ସମୁଦାୟ ଏହା ୫୩୦୦ ସ୍କ୍ରିନରେ ରିଲିଜ ହୋଇଛି । ଏହା ରଣବୀର ଏବଂ ରାଜକୁମାର ହିରାନୀଙ୍କ ପାଇଂ ପ୍ରଥମ । ଦେଖିବାକୁ ବାକି ରହିଲା ଫିଲ୍ମ ବକ୍ସ ଅଫିସରେ ରଣବୀର ଏବଂ ରାଜକୁମାର ହିରାନୀଙ୍କ ପଛ ରେର୍କଡକୁ ଭାଙ୍ଗି ପାରୁଛି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More