Only for Entertainment

ଫିଲ୍ମୀ ଫ୍ରାଇଡେରେ ପରଦାକୁ ଆସିଲା ଦୁଇ ଦୁଇଟି ଫିଲ୍ମ, ମରଜାୱାଁକୁ ବକ୍ସ ଅଫିସରେ ଟକ୍କର ଦେବ ମୋତିଚୁର ଚକନାଚୁର

The Indian Express
25

ଫ୍ରାଇଡେ ରିଲିଜରେ ଚଳିତ ସପ୍ତାହରେ ଦୁଇଟି ଭିନ୍ନ ସ୍ୱାଦର ସିନେମା ମଧ୍ୟରେ ଟକ୍କର ହୋଇଛି । ଗୋଟିଏ ପଟେ ଆକ୍ସନ ରୋମାଣ୍ଟିକ ଫିଲ୍ମ ମରଜାୱାଁ ରହିଥିବା ବେଳେ ଅନ୍ୟପଟେ ରିଲିଜ ହୋଇଛି କମେଡି ଡ୍ରାମା କାହାଣୀକୁ ନେଇ ପ୍ରସ୍ତୁତ ମୋତିଚୁର ଚକନାଚୁର ।

ଦମଦାର ଚରିତ୍ର, ନୂଆ ଯୋଡି ସହ ଚ୍ୟାଲେଞ୍ଜିଙ୍ଗ ରୋଲକୁ ନେଇ ପରଦାକୁ ଆସିଛି ନୂଆ ଚଳଚ୍ଚିତ୍ର ‘ମରଜାୱାଁ’ । ଏହ ଆକ୍ସନ ରୋମାଟିକ ଫିଲ୍ମରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିଛି । ନାୟିକା ତାରା ସତାରିଆ ଓ ଅଭିନେତା ସିଦ୍ଧାର୍ଥଙ୍କ ଲଭ୍, ରୋମାନ୍ସ ଓ ଟ୍ରାଜେଡିକୁ ମୁଖ୍ୟତ ଭାବେ ସ୍ଥାନ ଦିଆଯାଇଛି । ସିଦ୍ଧାର୍ଥ ଓରଫ ରଘୁଙ୍କ ଜୀବନରେ ତାରା ମାନେ ଜୋୟା ଆସିବା ପରେ କିଭଳି ତାଙ୍କ ଜୀବନରେ ନୂଆ ମୋଡ ଆସେ ଏହାକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ । ଏହି ରୋମାଂଟିକ-ଡ୍ରାମା ଫିଲ୍ମରେ ଅଭିନେତା ରିତେଶ ଦେଶମୁଖଙ୍କୁ ଖଳନାୟକ ଭାବେ ଦେଖିବାକୁ ମିଳିଛି । ଅଭିନେତ୍ରୀ ରକୁଲପ୍ରୀତଙ୍କ ଏକ ପ୍ରମୁଖ ଭୂମିକାରେ ଅଭିନୟ ରହିଛି । ଟି-ସିରିଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମିଲାପ୍ ଜାଭେରି ।

ଏହି ଆକ୍ସନ ଫିଲ୍ମକୁ ଟକ୍କର ଦେଉଛି କମେଡି ଡ୍ରାମା ଫିଲ୍ମ ମୋତି ଚୁର ଚକନା ଚୁର । କମେଡି – ଡ୍ରାମା କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ମୋତିଚୁର୍ – ଚକ୍ନାଚୁର୍’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଧିକି ଓ ଅଭିନେତ୍ରୀ ଆଥିୟା ସେଟ୍ଟିଙ୍କୁ ଦେଖିବାକୁ ମିଳିବ । ଜଣେ ୩୬ ବର୍ଷୀୟ ଅବିବାହିତ ଯୁବକ ଭୂମିକାରେ ନଜର ଆସିବେ ନୱାଜୁଦ୍ଦିନ୍ ଏବଂ ବିବାହ ଯୋଗ୍ୟ ଯୁବତୀ ଚରିତ୍ରରେ ନଜର ଆସିଛନ୍ତି ଅଭିନେତ୍ରୀ ଆଥିୟା । ଫିଲ୍ମର ପ୍ରଯୋଜନା ରାଜେଶ ଭାଟିଆ ଓ କିରଣ ଭାଟିଆ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଓଡିଆ ଝିଅ ଦେବମିତ୍ରା ବିଶ୍ୱାଲ୍ ହସନ୍ ।

ଦର୍ଶକଙ୍କୁ ମନୋରଞ୍ଜ ଦେବା ସହ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବା ନେଇ ଆଶାବାଦୀ ଅଛନ୍ତି ଉଭୟ ଫିଲ୍ମର ମେକର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More