ଆସିଲା ଅମିତାଭଙ୍କ ନୂଆ ଲୁକ୍, ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ ସାଜିବେ ଲୁଟେରା
ରିଲିଜ୍ ହେଲା ଆଗାମୀ ଆକ୍ସନ୍ – ଥ୍ରୀଲର୍ ଫିଲ୍ମ ଠଗ୍ସ୍ ଅଫ୍ ହିନ୍ଦୋସ୍ତାନର ନୂଆ ଟିଜର୍ । ଯେଉଁଥିରେ ଅମିତାଭ ବଚ୍ଚନ୍ଙ୍କ ଲୁକ୍ସ ଓ ଚରିତ୍ରକୁ କରାଯାଇଛି ରିଭିଲ୍ । ଯଉଁଥିରେ ଅମିତାଭ୍ଙ୍କ ସମ୍ପୂର୍ଣ୍ଣ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ଅମିତାଭଙ୍କ ଏଭଳି ଲୁକ୍ ପୂର୍ବରୁ କେବେ ବଲିଉଡ୍ ପରଦାରେ ଦେଖିବାକୁ ମିଳି ନାହିଁ ।
Wading through storms & battles, the commander of Thugs has arrived. @SrBachchan as #Khudabaksh#ThugsOfHindostan | @aamir_khan | #KatrinaKaif | @fattysanashaikh | #VijayKrishnaAcharya | @TOHTheFilm pic.twitter.com/fxfVln7Ky5
— Yash Raj Films (@yrf) September 18, 2018
ସିନେମାରେ ଖୁଦାବକ୍ସ ନାମକ ସମୁଦ୍ର ଲୁଟେରା ଭାବେ ନଜର ଆସିବେ ବିଗ୍ ବି ଅମିତାଭ୍ ବଚ୍ଚନ । ଆଉ ତାଙ୍କର ଲୁକ୍ କିଛି ଏହି ପରି ଦମଦାର୍ ରହିଛି । ଫିଲ୍ମରେ ଅମିତାଭଙ୍କ ବ୍ୟତୀତ ଆମିର୍ ଖାନ୍, କ୍ୟାଟ୍ରିନା କୈଫ୍, ଫାତିମା ସାନା ଶୈଖ୍ଙ୍କୁ ଅନ୍ୟାନ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ପୂର୍ବରୁ ଫିଲ୍ମର ସୁଟିଂ ସେଟ୍ରୁ ଏହି ଷ୍ଟାର୍ ମାନଙ୍କ ଝଲକ୍ ଲିକ୍ ହୋଇଛି । ଆମିର୍ ଖାନ୍ଙ୍କ ମତରେ ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନ୍ରେ ଅମିତାଭଙ୍କ ଦମଦାର୍ ଆକ୍ସନ ଅବତାର ଦେଖିବାକୁ ମିଳିବ । ଅନେକ ଦିନ ପରେ ବିଗ୍ ବି ପରଦରାରେ ଆକ୍ସନ କରିବାରେ ନଜର ଆସିବେ । ସେଥିପାଇଁ ଫିଲ୍ମର ସୁଟିଂ ସମୟରେ ଅନେକ କଷ୍ଟ ଝେଲିବାକୁ ପଡିଛି ବିଗ୍ ବିଙ୍କୁ । ନଭେମ୍ବର ୮ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ଠଗ୍ସ ଅଫ୍ ହିନ୍ଦୋସ୍ତାନ ।